ଜନତା କର୍ଫ୍ୟୁକୁ ସମର୍ଥନ କରି ଦୋକାନ ବଜାର ବନ୍ଦ
ନାଉଗାଁ : କରୋନା ଭୁତାଣୁର ଭୟବହତାକୁ ଦୃଷ୍ଟିରେ ରଖି ଏଥିରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତରେ ଜନତା କର୍ଫ୍ୟୁ ପାଇଁ ନିବେଦନ କରିଥିଲେ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣ ସମର୍ଥନ କରିଥିଲେ । ନାଉଗାଁ ବ୍ଳକରେ ଏହାକୁ ପୁନଃ ସମର୍ଥନ ଜଣାଇ ଜନସାଧାରଣମାନେ ବାହାରକୁ ବାହାରି ନଥିଲେ । ବିଶେଷକରୀ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ନାଉଗାଁ,ଅଲଣାହାଟ, ମୁଣ୍ଡାଳୋ,କଂଟୁଣିଆହାଟ, ଗଙ୍ଗଦାହାଟ ଆଦି ବନ୍ଦ ରହିଥିଲା । ରାସ୍ତାଘାଟ ଜନଶୁନ୍ୟ ହୋଇଥିବା ବେଳେ ଶୁନଶାନ ମଧ୍ୟ ରହିଥିଲା । ଅନ୍ୟପଟରେ ଗଙ୍ଗଦାହାଟ ମାଛ ବଜାର ଖୋଲା ଥିବା ବେଳେ ଅନେକ ଲୋକ ସେଠାରେ ଗହଳି କରିଥିଲେ । ନାଉଗାଁ ପୋଲିସର ହସ୍ତକ୍ଷେପ ପରେ ସେଠାରୁ ଗହଳି ହଟିଥିଲା । ସେହିପରି ଅଲଣା ପଂଚାୟତର ବେଣାପଡା ଗ୍ରାମରେ ଘଂଟ ବାଡେଇ କରୋନା ବିଷୟରେ ସଚେତନତା କରିଥିବା ବେଳେ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଗ୍ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ।


