ବିଘ୍ନ ବିନାଶକ ଗଜାନନଙ୍କ ପୂଜା
ନାଉଗାଁ , (ପ୍ରଦୋଷ ମହାନ୍ତି) : ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଗ୍ରାମର କ୍ଲବ ପକ୍ଷରୁ ମଧ୍ୟ ଗଣେଶ ପୂଜା ଆୟୋଜିତ ହୋଇଛି | ଘୋଡାନ୍ସ , ନୂଆଗାଁ , ଗଜରାଜପୁର , ଅଲଣାହାଟ , ନୂଆପାଟଣା, କୁଣ୍ଡେଶ୍ୱର, ଜାମୁଗାଁ, ରୋହିଆ, ବଛାଳ , ଗଳଧାରୀ , ଏରଡ଼ା ଆଦି ଗ୍ରାମ ମାନଙ୍କରେ ଖୁବ ଧୂମଧାମ ରେ ଗଜାନନଙ୍କ ପୂଜା ବହୁ ଆଡମ୍ବରରେ ପାଳନ କରାଯାଉଛି । ଏହି ଅବସରରେ ବେଣାପଡା ଗ୍ରାମର ଅଭିରାମ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ଆୟୋଜିତ ହୋଇଛି । ପୂଜା ପୂର୍ବରୁ କ୍ଲବର ସଦସ୍ୟ ମାନଙ୍କ ପକ୍ଷରୁ କଳସ ଶୋଭାଯାତ୍ରା କରାଯାଇଥିଲା । ପରେ ରୀତିନୀତି, ବିଧିବିଧାନ ଅନୁଯାୟୀ ପୂଜାପାଠ କରାଯାଇଥିଲା। ଏହି ପୂଜା ତିନିଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଅଲଣା ପଞ୍ଚୟତର ଅଲଣା ୟୁଥ କ୍ଲବ ପକ୍ଷରୁ ଗଣେଶ ପୂଜା କମିଟି ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। କମିଟିର ପରାମର୍ଶଦାତା ସୁବାଷ ମହାନ୍ତିଙ୍କ ତତ୍ବାବଧାନରେ କମିଟି ସଦସ୍ୟ ଙ୍କ ସହଯୋଗରେ ଗଣେଶ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇଛି । ସେହିପରି ମୁଣ୍ଡାଳ ଗ୍ରାମର ମା ବୁଦ୍ଧି ଠାକୁରାଣୀ ୟୁଥ କ୍ଲବ ପାଖରୁ ଗଣେଶ ପୂଜାକୁ ଖୁବ ଧୂମଧାମରେ ପାଳନ କରାଯାଉଛି | ଏହି ପୂଜା ପାଞ୍ଚ ଦିନ ପାଳନ କରାଯିବ | ଏବଂ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ବୋଲି କ୍ଲବ ପକ୍ଷରୁ ସୂଚନା ଦେଇଛନ୍ତି |


