ପୋଲିସ ସହାୟତା କେନ୍ଦ୍ର ଉଦଘାଟନ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଦିନକୁ ଦ୍ରୁତ ଗତିରେ ବଢିଚାଲିଛି ଜନସଂଖ୍ୟା । ଜନସଂଖ୍ୟା ବୃଦ୍ଧି ସହିତ ଟ୍ରାଫିକ ଓ ଅପରାଧିକ ଓ ବେଆଇନ କାର୍ଯ୍ୟକଳାପକୁ ରୋକିବା ସହ ଅପରାଧି ମାନଙ୍କୁ ସାବାଡ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଡିଆରପିଏ କାଯ୍ୟାଁଳୟ ପାଶ୍ୱର୍ରେ ଗୋଟିଏ ପୋଲିସ ସହାୟତା କେନ୍ଦ୍ର ସ୍ଥାପନା କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ,ଡିଆରଡିଏ ପିଡି ଏପିଡି ଦେବବ୍ରତ ଅତିଥିଭାବେ ଯୋଗ ଦେଇ ଉଦ୍ଘାଟାନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଡିଆପିଏ ଏପିଡି ଦେବବ୍ରତ ସାହୁ ,ସବ୍ୟସାଚୀ ହୋତା ,ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାସ ,ଛତ୍ରପୁର ଥାନା ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି , ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ପୋଲିସ ସହାୟତା କେନ୍ଦ୍ର ହେବା ପରେ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ହେବ ବୋଲି ସାଧାରଣରେ ଆଲୋଚନା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ