ଅବକାରୀ ବିଭାଗ ତରଫରୁ ଚଢାଉ ,ବିପୁଳ ବେଆଇନ ମଦ ଜବତ , ୫ ଗିରଫ

କୋଦଳା , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅବକାରୀ ବିଭାଗ ତରଫରୁ ଏରୋଗଲା କ୍ୟାମ୍ପରେ ଚଢାଉ କରି ବିପୁଳ ପରିମାଣର ମଦ ପୋଚ ଓ ଗୁଡ ଜବତ କରିଛି । ଏହି ଘଟଣାରେ ୭ ଟି ମାମଲା ରୁଜୁ କରିଥିବା ବେଳେ ୫ ଜଣ ସଂପୃକ୍ତ ବେଆଇନ ନିଶା କାରବାରରେ ଥିବା କାରଣରୁ ତାଙ୍ୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚଢାଉ ସମୟରେ ଅବକାରି ବିଭାଗ ୮୨୦ ଲିଟର ଦେଶୀ ରନ୍ଧା ମଦ ,୧୧୦୫୦ ଗୂଢ ଓ ପିଡିଆ ମିଶ୍ରିତ ପୋଚ ଜବତ କରାଯାଇଛି ।ଗଞ୍ଜାମ ଜିଲ୍ଲାପାଳ ,ଅତିରିକ୍ତ ଜିଲ୍ଲାପାଳ ,ସୁପରିଟେଣ୍ଡର ,ଛତ୍ରପୁର ଡେପୁଟି ସୁପରିଟେଣ୍ଡର ,ଗଙ୍ଗାଧର ପାଇକ ରାଏ ,ନିର୍ଦେଶରେ ଚଢାଇ ଚାଲିଥିଲା । କୋଦଳା ଅଂଚଳରେ ବାରମ୍ଭାର ବେଆଇନ ନିଶା କାରବାର ହେଉଥିବାର ଅଭିଯୋଗ ହେଉଥିବାରୁ ସୋରଡା ଅଂଚଳରେ ମଧ୍ୟ ବାରମ୍ବାର ଚଢାଉ ଜାରି ରହିବ ବୋଲି ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ