କରୋନାର ଭବିଷ୍ୟତ ଭାରତ ପରି ବଡ ଦେଶ ଉପରେ ନିର୍ଭର : ଡବ୍ଲ୍ୟୁଏଚଓ
ନୂଆଦିଲ୍ଲୀ: କରୋନା ଭୂତାଣୁକୁ ବିଶ୍ୱ ବ୍ୟାପି ମହାମାରୀ ରୂପ ଘୋଷଣା କରିସାରିଛି ଡବ୍ଲ୍ୟୁଏଚଓ। ଦୈନିକ ବିଶ୍ଵ ବିଭିନ୍ନ ଦେଶରେ ପାଖାପାଖି ଏକ ହଜାର ଲୋକ କରୋନା ସଂକ୍ରମଣରେ ଆସି ପ୍ରାଣ ହରାଉଥିବାବେଳେ ପ୍ରାୟ କୋଡିଏ ହଜାରରୁ ଅଧିକ ଆକ୍ରାନ୍ତ ହେଉ ହେଉଥିବା ଜଣାପଡିଛି । ତେବେ କରୋନା ଭୂତାଣୁର ପ୍ରକୋପ କେତେଦିନ ରହିବ ଏହାକୁ ନେଇ ସମସ୍ତଙ୍କ ମନରେ ସଙ୍କ। ରହିଥିବାବେଳେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଏ ନେଇ ଏକ ଗୁରୁତ୍ଵା ପୁର୍ଣ ସୂଚନା ଦେଇଛି । ବିଶ୍ୱ ସ୍ୟସ୍ତ୍ୟୟ ସଂଘଠନ (ଡବ୍ଲ୍ୟୁଏଚଓ)ର ନିର୍ବାହୀ ନିର୍ଦେଶକ ଡା. ମାଇକେଲ ଜେ. ରାୟନ କହିଛନ୍ତି ଯେ କରୋନାର ଭବିଷ୍ୟତରେ କି ପ୍ରଭାବ ରହିବ ତାହା ଭାରତ ଭଳି ବଡ଼ ଜନସଂଖ୍ୟା ପୁର୍ଣ ଦେଶଗୁଡ଼ିକର ଆବଶ୍ୟକ ପଦକ୍ଷେପ ଉପରେ ନିର୍ଭର କରିବ। କାରଣ ଭାରତ ବସନ୍ତ ରୋଗ ଏବଂ ପୋଲିଓର ରୋଗର ଉଚିତ ମୁକାବିଲା କରି ମୂଳୋତ୍ପାଟନ କରି ବିଶ୍ଵର ନେତୃତ୍ଵ ନେଇ ନୂଆ ମାର୍ଗ ଦେଖାଇଥିଲା। ଭାରତର ପାଖରେ ଅସମ୍ଭବ କ୍ଷମତା ରହିଛି ଏ ଭଳି କ୍ଷମତା ଅନ୍ୟ ଦେଶରେ ମଧ୍ୟରେ ରହିଥିବା ବେଳେ ସେଥିରୁ ଭାରତ ଅଲଗା, ଚୀନ ଭଳି ମଧ୍ୟ ଭାରତ ବହୁଳ ଜନସଂଖ୍ୟାର ଦେଶ ଅଟେ । ଚୀନ ବର୍ତମାନ କରୋନାର ମୁକାବିଲା ସଠିକ ଭାବେ କରୁଥିବା ବେଳେ କରୋନା ଭୂତାଣର ଭବିଷ୍ୟତ ଏହି ବହୁଳ ଜନସଂଖ୍ୟା ଦେଶଗୁଡ଼ିକର ପଦକ୍ଷେପ ଉପରେ ନିର୍ଭର କରିବ। ଭାରତ ଜନସାଧାରଣଙ୍କ ଜନସ୍ବାସ୍ଥ୍ୟ ଉପରେ ଯୁଦ୍ଧକାଳୀନିନ ଭିତିରେ ନିଷ୍ପତ୍ତି ନେବା ଜାରି ରଖୁ। ସବୁ ଦେଶର ନାଗରିକ ଏବଂ ସମାଜକୁ ଏକାଠି କରି ସଚେତେନା କରିବା ସହ ଏହାର ଜରୁରୀକାଳୀନ ମୁକାବିଲା କରିବା ନିହାତି ଆବଶ୍ୟକ ବୋଲି ଡବ୍ଲ୍ୟୁଏଚଓର ନିର୍ବାହୀ ନିର୍ଦେଶକ ଡା. ମାଇକେଲ ରାୟନ ଅହୱାନ ଦେଇଛନ୍ତି ।