ଆଦାନୀ ଗ୍ୟାସର ରାଜସ୍ୱରେ ୩୨% ବୃଦ୍ଧି
(ଯୁଗାବ୍ଦ ନ୍ୟୁଜ) ଆଦାନୀ ଗ୍ୟାସ୍ ଲିଃ. ଆଦାନୀ ଗ୍ରୁପ୍ର ଅଂଶବିଶେଷ ପକ୍ଷରୁ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଏହାର ୧୨ ମାସ ତଥା ୪ର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୫ରେ କମ୍ପାନୀ ଷ୍ଟକ୍ ଏକ୍ସଚେଞ୍ଜ୍ରେ ତାଲିକାଭୁକ୍ତ ହୋଇଛି ।୧୨ ମାସରେ ପରିଚାଳନାଗତ ରାଜସ୍ୱରେ ୩୨% ବୃଦ୍ଧି ଘଟି ୧୮୨୩ କୋଟି ଟଙ୍କା ହୋଇଛି । ଗତବର୍ଷ ଏହା ୧,୩୮୫ କୋଟି ଟଙ୍କା ଥିଲା । ଚଳିତ ବର୍ଷର ୧୨ମାସରେ ଏହାର ପିଏନଜି ଭଲ୍ୟୁମ୍ରେ ୧୪% ବୃଦ୍ଧି ଘଟି ଥିବାବେଳେ ସିଏନଜିରେ ୧୨% ବୃଦ୍ଧି ଘଟିଛି ।ଏହାର ପରିଚାଳନାଗତ ଏବିଡିଟାରେ ୨୫% ବୃଦ୍ଧି ହୋଇ ଏହା ୪୫୫ କୋଟି ଟଙ୍କା ହୋଇଛି । ଗତବର୍ଷ ଏହା ୩୬୫ କୋଟି ଟଙ୍କା ଥିଲା ।ସେହିପରି ଚତୁର୍ଥ ତ୍ରୟମାସରେ ରାଜସ୍ୱରେ ୨୪% ବୃଦ୍ଧି ଘଟି ଏହା ୪୯୪ କୋଟି ଟଙ୍କା ହୋଇଛି ।ଗତବର୍ଷ ଏହା ୩୯୫ କୋଟି ଟଙ୍କା ଥିଲା । ସେହିପରି ଏବିଡିଟାରେ ୫୨% ବୃଦ୍ଧି ଘଟି ୧୪୦ କୋଟି ଟଙ୍କା ହୋଇଥିବାବେଳେ ଗତ ବର୍ଷ ଏହା ୯୨ କୋଟି ଥିଲା । ଏହାର ପିଏନଜି ଭଲ୍ୟୁମ୍ରେ ୫% ବୃଦ୍ଧି ଘଟିଥିବାବେଳେ ସିଏନଜିରେ ୧୪% ବୃଦ୍ଧି ଘଟିଛି । ଏହି ପରିପ୍ରେକ୍ଷୀରେ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ କହିଛନ୍ତି ଯେ,” ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଆଦାନୀ ଗ୍ରୁପ ସର୍ବଦା ଉଦ୍ୟମ କରିଆସୁଛି । ୧୨ ମାସରେ ଭଲ କାରବାର ହୋଇଥିବା ବେଳେ ଆମେ ଦେଶ ବ୍ୟାପି ଆଶା ଜନକ କାରବାରର ଲକ୍ଷ୍ୟ ରଖିଛୁ । “ଏହି ଅବସରରେ ଆଦାନୀ ଗ୍ୟାସ୍ ଲିଃ.ର ସିଇଓ ସୁରେଶ ପି ମଙ୍ଗଲାନୀ କହିଲେ. “ ପ୍ରାକୃତିକ ଗ୍ୟାସର ଚାହିଦା ଦେଶରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଆଦାନୀ ଗ୍ୟାସ୍ ଦେଶର ଅହମ୍ମଦାବାଦ୍,ବରୋଦା, ଫରିଦାବାଦ,ପାଲୱାଲ ଏବଂ ଖୁରୁଜା ଆଦି ୫ଟି କ୍ଷେତ୍ରରେ କାର୍ଯ୍ୟ କରୁଛି । ଆଇଓସିଏଲ୍ ସହିତ ମିଳିତ ଭାବେ ଏହା ପ୍ରୟାଗରାଜ, ଚଣ୍ଡିଗଡ଼, ପାନିପତ, ଉଦାମ ସିଂ ନଗର, ଡାମନ୍, ଧରୱାଡ୍, ଏରର୍ନାକୁଲମ୍, ଦକ୍ଷିଣ ଗୋଆ, ବୁଲନ୍ଦସହର ଆଦିଠାରେ କାର୍ଯ୍ୟ ଜାରି ରଖିଛି ।”କମ୍ପାନୀର ସିଜିଡି ନେଟ୍ ୱାର୍କ ଅହମ୍ମଦାବାଦ୍, ବଡୋଦରା, ଫରିଦାବାଦ୍, ଖୁରିଆ ଆଦିଠାରେ କାର୍ଯ୍ୟକରୁଛି । ଏହାରମୁଖ୍ୟ କାର୍ଯ୍ୟାଳୟ ଅହମ୍ମଦାବାଦ୍ରେ ରହିଛି । ଆଇଓସିଏଲ୍ ସହିତ ମିଳିତ ଭାବେ ଏହା ପ୍ରୟାଗରାଜ, ଚଣ୍ଡିଗଡ଼, ପାନିପତ, ଉଦାମ ସିଂ ନଗର, ଡାମନ୍, ଧରୱାଡ୍, ଏରର୍ନାକୁଲମ୍, ଦକ୍ଷିଣ ଗୋଆ, ବୁଲନ୍ଦସହର ଆଦି ପ୍ରକଳ୍ପରେ କାର୍ଯ୍ୟ କରୁଛି ।


