ହ।ଇଓ୍ବା ଧକ୍କାରେ ବାଇକ ଆରୋହି ମୃତ

ରାଇରଙ୍ଗପୁର;ମୟୁରଭଞ୍ଜ: ଜିଲ୍ଲା ତିରିଂ’ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ବହଳଦା ଝରାଡିହି ମୂଖ୍ୟରାସ୍ତର ଝରାଡିହି ନିକଟରେ ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ବାଇକ୍ ଆରୋହି ମୃତ୍ୟୁ ବରଣ କରିଛି।ସୂଚନା ଅନୁସାରେ ୨୪’ତାରିଖ ମଙ୍ଗଳବାର ଦିନ ସଂଧ୍ୟା ୭ଟା ପାଖାପାଖି ସମୟରେ ଝରାଡିହି ପଟକୁ ଆସୁଥିବା ଓଡି୦୧ଏନକ୍ୟୁ-୦୦୨୯’ ନଂ ବିଶିଷ୍ଠ ଏକ ହାଇଓ୍ବା ଟିପର ବାଇକ ଆରୋହିକୁ ଧକ୍କା ଦେଇଥିଲା।ଦୂର୍ଘଟଣାର କାରଣ ଜଣାପଡି ନଥିଲାବେଳେ ଖବର ପାଇ ଦୂର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଝରାଡିହି ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି ବହଳଦା ସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇଥିଲେ।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ।ବାଇକ ଆରୋହି’ଙ୍କ ସହିତ ଥିବା ୫’ବର୍ଷ ବୟସ୍କ ଶିଶୁଟି ଦୂର୍ଘଟଣାରୁ ବର୍ତ୍ତି ଯାଇଛି।ଦୂର୍ଘଟଣାରେ ମୃତ ବ୍ୟକ୍ତି ଜଣକ ତିରିଂ ଅଞ୍ଚଳର ସିଗ୍ଦି ଗ୍ରାମର ଦାମୁ ବାର୍ଦା’ଙ୍କ ପୁଅ ନାରାନ ବାର୍ଦା(୩୦) ବୋଲି ଜଣା ପଡିଛି।ଦୂର୍ଘଟଣା ସ୍ଥଳରୁ ଉଭୟ ଗାଡିକୁ ଜବତ କରିବା ସହିତ ତିରଂ`ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଲାଇଛନ୍ତି।ତେବେ ଲୋକଡାଉନ ସମୟରେ ରାସ୍ତାରେ କାଁଭାଁ ଗାଡି ମୋଟର ଯାତାୟାତ କରୁଥିବା ସମୟରେ ଏହି ମର୍ମନ୍ତୁଦ ଦୂର୍ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକୋଟ କରିଥିଲେ। ରାଇରଙ୍ଗପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିଜନଙ୍କୁ ହସ୍ତାନ୍ତର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ