ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର

କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ଥାନା ଆମ ପୋଲିସ ସମିତି ପକ୍ଷରୁ ଗ୍ରୀଷ୍ମ ଋତୁରେ ଜରୁରୀକାଳୀନ ରକ୍ତ ଅଭାବକୁ ଦୃଷ୍ଟିରେ ରଖି କରଞ୍ଜିଆ ଥାନା ପରିସରରେ ଏକ ମେଗା ସ୍ବେଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଛି। ଏହି ଶିବିରରୁ ମୋଟ ୧୧୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। କରଞ୍ଜିଆ ଏସ୍‌ଡିପିଓ ନବକୃଷ୍ଣ ନାଏକ ଓ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଉପଜିଲ୍ଲାପାଳ ଡ଼ଃ ଦୟାସିନ୍ଧୁ ପରିଡା, ରାଇରଙ୍ଗପୁର ଅତିରିକ୍ତ ଏସପି ଯଦୁନାଥ ଜେନା ଓ ଆଇଟିଡିଏ ପିଏ ଚିତ୍ତରଞ୍ଜନ ମହାନ୍ତ ଉଦଘାଟନ କରିଥିଲେ। କରଞ୍ଜିଆ ରକ୍ତ କେନ୍ଦ୍ରର ଡାକ୍ତର ଗୌରାଙ୍ଗ ନାଏକ ଓ ଡାକ୍ତର ଅଙ୍କିତା ବିଶ୍ୱାଳ ରକ୍ତଦାତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରରେ କରଞ୍ଜିଆ ବଣିକ ସଂଘ, ଅବକାରୀ ବିଭାଗ, ରାଜସ୍ୱ ବିଭାଗ, ଓକିଲ ସଂଘ, ସାମ୍ବାଦିକ ସଂଘ, ମାରୱାଡି ଯୁବା ମଞ୍ଚ, ଗୋଲେଇ ବିଶ୍ୱକର୍ମା ପୂଜା କମିଟି ଓ ଡ୍ରାଇଭର ମହାସଂଘର ସଦସ୍ୟମାନେ ଉତ୍ସାହର ସହ ରକ୍ତଦାନ କରିଥିଲେ। ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମନୋଜ ମହାନ୍ତି, ସମାଜସେବୀ ଲପୁ ଭାରୁକା, ଓକିଲ ସଂଘ ସମ୍ପାଦକ ସରୋଜ ରାଉଳ, ସାମ୍ବାଦିକ ଅରୁଣ ବେହେରା, ଶିଳ୍ପପତି କମଳ ଲୋଚନ ସାହା, ପାଞ୍ଚପିଢ ଠିକାଦାର ସଂଘ ସଭାପତି ପ୍ରମୋଦ ନାଏକ, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ସର୍ବେଶ୍ୱର ମିଶ୍ର ଓ ଅଭିମନ୍ୟୁ ତ୍ରିପାଠୀ ସହିତ ଅନେକ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରକ୍ତ ସଂଗ୍ରହ କାର୍ଯ୍ୟରେ ରକ୍ତ ଭଣ୍ଡାର କର୍ମଚାରୀ ରଜତ ମହାକୁଡ, ଗାୟତ୍ରୀ ସାହୁ, ମାନସ କୁମାର ବାରିକ, ଅଭିଜିତ ମୁଖି, ତ୍ରିଲୋଚନ ମହାନ୍ତ, ସଞ୍ଜୀବ ମହାନ୍ତ ଓ ସୁମନ୍ତ ମହାନ୍ତ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ। ଶେଷରେ, ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବା ସହ କିଛି ସ୍ବେଛାକୃତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ