କରୋନା ପ୍ରସ୍ତୁତି ଅନୁଧ୍ୟାନ ପାଇଁ ସ୍କାଡ୍ ବୁଲିବ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ, ପଞ୍ଚାୟତ ଏବଂ ବ୍ଲକ ଗୁଡିକରେ ଜିଲ୍ଲା ତରଫରୁ ପ୍ରଦତ୍ତ ନିୟମାବଳୀ ମାତେ ପ୍ରସ୍ତୁତି କିଭଳି କରାଯାଇଛି ତାରା ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନେତୃତ୍ୱରେ ଗାଁ ଗାଁ ସ୍କାଡ୍ ଅଚାନକ ତଦାରଖ କରିବେ । ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିବରଣୀ ମତେ ଯେଉଁ କର୍ମଚାରୀମାନେ ଅବହେଳା କରୁଥିବେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ଖାଦ୍ୟ ନିରାପତ୍ତା ଅନ୍ତୋଦୟ ଓ ଅନ୍ନପୂର୍ଣ୍ଣା ଚାଉଳ ବଣ୍ଟନ ତୁରନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ବିଭିନ୍ନ ସମାଜ କଲ୍ୟାଣ ଭତ୍ତା ମଧ୍ୟ ବଣ୍ଟନ କରାଯିବ । ଏସବୁ ଘରଘର ବୁଲି ପ୍ରାଦନ କରାଯିବ । ଯେଉଁଠାରେ ସଂଖ୍ୟାଧିକ ଭିକ୍ଷୁକ କିମ୍ବା ନିରାଶ୍ରୟ ବ୍ୟକ୍ତି ରହୁଛନ୍ତି ସେମାନଙ୍କୁ ଚିହ୍ନଟ କରି ପ୍ରତ୍ୟହ ରନ୍ଧାଖାଦ୍ୟ ଦେବାକୁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ୱାରେଣ୍ଟାଇନ୍ ବ୍ୟକ୍ତିଙ୍କୁ ପରିବାର ମଧ୍ୟରେ ରହିବା ଅସୁବିଧା ହେଲେ ତୁରନ୍ତ ତାକୁ ସ୍ଥାନୀୟ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ । ଯେଉଁବ୍ୟକ୍ତି ମାନଙ୍କର କ୍ୱାରେଣ୍ଟାଇନ୍ ଅବଧି ଶେଷ ହୋଇଯାଉଛି ସେମାନେ ନିଜେ ନିଜକୁ ଯତ୍ନ ସହକାରେ ରଖିବେ । ଯେଉଁଠାରେ ପରିବା ବିକ୍ରି କରାଯାଉଛି, ବିକ୍ରୟ ଅବଧି ଶେଷ ହେବା ପରେ ସେ ସ୍ଥାନକୁ ତୁରନ୍ତ ସଫା କରାଯିବା ସହିତ କ୍ଲୋରିନ୍ ମିଶ୍ରିତ ପାଣିଷ୍ପ୍ରେ କରାଯିବ । ଜିଲ୍ଲାସ୍ତରରେ ବିଭିନ୍ନ ଅଭିଯୋଗ ଗ୍ରହଣ ଏବଂ ପ୍ରତ୍ୟୁତ୍ତର ପାଇଁ ରାଜସ୍ୱ ଅଧିକାରୀ ଡ.ଦିବ୍ୟ ଲୋଚନ ମହନ୍ତଙ୍କୁ ନୋଡାଲ ଅଫିସର ଘୋଷଣା କରାଯାଇଛି । ଟେଲିଫୋନ୍ ନମ୍ବର ୯୪୩୭୫୬୩୮୦୦ରେ ଯୋଗାଯୋଗ ମଧ୍ୟ କରିବାକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ