ଏଚଆଇଭି ଏବଂ ରାଜଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର,(ଓ୍ବାଇଏନଏସ): ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ମହାବିଦ୍ୟାଳୟର ଏପିଜେ ଅବଦୁଲ୍ କଲାମ ସମ୍ମିଳନୀ କକ୍ଷରେ ଏକ ଏଚ ଆଇ ଭି ଏବଂ ରାଜଜକ୍ଷ୍ମା ନିରାକରଣ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଅଜୟ କୁମାର ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଫୁସଫୁସ ରୋଗ ବିଶେଷଜ୍ଞ ଡ ପ୍ରିୟଜିତ ଜେନା ଯୋଗଦାନ କରି ଉଭୟ ଜକ୍ଷ୍ମା ଏବଂ ଏଚ ଆଇ ଭି ର ଯୁଗ୍ମ ସଂକ୍ରମଣ ସଂଙ୍କ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଯୁବ ରେଡ଼କ୍ରସ ଅଧିକାରୀ ସାପା ରଞିତା ରାଣୀ କାର୍ଯ୍ୟକ୍ରମକୁ ସଫଳଭାବେ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରୁ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସୁଶାନ୍ତ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉଦ୍ଭିଦ  ବିଜ୍ଞାନ ବିଭାଗର ଅନ୍ୟତମ ଅଧ୍ୟାପିକା ଡ଼ ଡାଏନା ପ୍ରଧାନ ବିଷୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅରୁଣା ସ୍ବେଚ୍ଛାସେବୀ ଅନୁଷ୍ଠାନର ୩୦ ଜଣ କର୍ମକର୍ତ୍ତା ଯୋଗଦାନ କରି ନିଜର ସନ୍ଦେହ ମୋଚ କରିଥିଲେ। ତତ୍ ସହିତ ଛାତ୍ର ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ ନିଜର ପ୍ରଶ୍ନରଖିଥିଲେ। ପରିଶେଷରେ ଜିଲ୍ଲା ରେଡକ୍ରସ ଅଧିକାରିଣୀ ଡ ମିଲିମିତା ତ୍ରିପାଠୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ