ଓରିଫ୍ଲେମ୍ ନୂଆ ନୋଭ୍ ଏଜ୍ ରିଭାଇଟାଲାଇଜିଂ ମାକ୍ସର ବଜାର ପ୍ରବେଶ

ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି କସ୍ମେଟିକ୍ ବ୍ରାଣ୍ଡ୍ ଓରିଫ୍ଲେମ୍ ଇଣ୍ଡିଆ ପକ୍ଷରୁ ଓରିଫ୍ଲେମ୍ ନୋଭ୍ ଏଜ୍ ନୂଆ ରିଭାଇଟାଲାଇଜିଂ ମାକ୍ସ୍ର ବଜାର ପ୍ରବେଶ କରାଯାଇଛି । ମହିଳାଙ୍କ ବହୁବିଧ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସୁଇଡିସ୍ ବ୍ରାଣ୍ଡ୍ ପକ୍ଷରୁ ନୋଭ୍ ଏଜ୍ ନୂଆ ରିଭାଇଟାଲାଇଜିଂ ମାକ୍ସ୍ର ପ୍ରସ୍ତୁତ କରାଯାଇଛି । ଏହା ତ୍ୱଚାକୁ କୋମଳ କରିବାକୁ ସକ୍ଷମ ହୋଇଥାଏ ।

ଏହା ପ୍ରାକୃତିକ ପଦାର୍ଥରୁ ପ୍ରସ୍ତୁତ । ଏଥିରେ ଭିଟାମିନ୍- ସି, ଇ ଏବଂ ଆଂଟିଅକ୍ସିଡାଂଟ୍ ପ୍ରଚୁର ମାତ୍ରାରେ ରହିଛି । ଏହା ତ୍ୱଚାକୁ ଅଧିକ ଆକର୍ଷଣୀୟ କରି ଗଢ଼ି ତୋଳିବ । ଏଥିରେ ଥିବା ହାୟଲୋରୋନିକ୍ ଏସିଡ୍ ତ୍ୱଚାକୁ ହାଇଡ୍ରେଟେଡ୍ କରିଥାଏ । ସେହିପରି ଏଥିରେ ଥିବା ନିଆସିନାମାଇଡ୍(ବି-୩) ତ୍ୱଚାକୁ ସୁରକ୍ଷିତ ରଖିଥାଏ ।

ଏହି ଅବସରରେ ଓରିଫ୍ଲେମ୍ ଦକ୍ଷିଣ ଏସିଆ ମାର୍କେଟିଙ୍ଗ ବରିଷ୍ଠ ନିର୍ଦ୍ଦେଶକ ନବୀନ ଆନନ୍ଦ କହିଲେ,”ନୋଭ୍ ଏଜ୍ ନୂଆ ରିଭାଇଟାଲାଇଜିଂ ମାକ୍ସ୍ ତ୍ୱଚାକୁ ଆକର୍ଷଣୀୟ କରି ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଖରାରେ ଟୋନିଂ ହେଉଥିବା ତ୍ୱଚାକୁ ଏହା ସୁରକ୍ଷିତ ରଖିଥାଏ । ଏହା ତ୍ୱଚାର୍ ବାଲାନ୍ସ ବଜାୟ ରଖିଥାଏ । ନୋଭ୍ ଏଜ୍ ନୂଆ ରିଭାଇଟାଲାଇଜିଂ ମାକ୍ସ୍କୁ ଗ୍ରାହକ ପସନ୍ଦ କରିବେ ବୋଲି ଆଶା ରହିଛି ।”
ନୋଭ୍ ଏଜ୍ ନୂଆ ରିଭାଇଟାଲାଇଜିଂ ମାକ୍ସ୍ ବହୁବିଧ କାର୍ଯ୍ୟ କରିଥାଏ । ଏଥିରେ କ୍ଲିନଜର୍, ଟୋନର, ସେରମ୍ ଏବଂ ମଏଶ୍ଚରାଇଜର ଆଦି ରହିଛି ।

ଏହାକୁ ତ୍ୱଚାରେ ଲଗାଇଲେ ସୁଫଳ ମିଳିଥାଏ । ଏହା ମୁଖମଣ୍ଡଳ, ଓଠ, ଆଖି ଆଦିକୁ ସୁରକ୍ଷିତ ରଖିଥାଏ । ସୁଇଡିସ୍ ଜ୍ଞାନକୌଶଳର ଅଭିଜ୍ଞତା ଆଧାରରେ ଏହା ପ୍ରସ୍ତୁତ ହୋଇଛି । ଏହା ସୁନ୍ଦରତା ବୃଦ୍ଧିରେ ସହାୟକ ହେବ । ନୂଆ ରିଭାଇଟାଲାଇଜିଂ ମାକ୍ସ୍ ଲଗାଇବର ୧୫ ମିନିଟ୍ ପରେ ବାହାର କରିବାକୁ ହୋଇଥାଏ ।

ସୂଚନାଯୋଗ୍ୟ ଯେ, ଓରିଫ୍ଲେମ୍ ୧୯୬୭ରେ ସ୍ଥାପିତ ହୋଇଥିଲା । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ ପ୍ରତ୍ୟେକ୍ଷ ଭାବେ ବିୟୁଟି ଉତ୍ପାଦ ବିକ୍ରି କରିଥାଏ । ଏହା ସ୍ୱଦେଶୀକୁ ପ୍ରାଥମିକତା ଦେଇଥାଏ । କମ୍ପାନୀ ବିୟୁଟି ପରାମର୍ଶ ଦେଇଥାଏ । ଏହା ବିଶ୍ୱବ୍ୟାପି ଦାତବ୍ୟ ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଏହା ୱାଲ୍ଡ ଚାଇଲ୍ଡହୁଡ୍ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା । ଏହା ସାମାଜିକ ଏବଂ ପରିବେଶ ନିୟାମକକୁ ଗୁରୁତ୍ୱ ପ୍ରଦାନ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ