ଫକୀରମୋହନ ମେଡିକାଲ କଲେଜ କର୍ତୃପକ୍ଷଙ୍କ ଦ୍ୱାରା ସାମୟିକ ନିଯୁକ୍ତି ଆରମ୍ଭ
ବାଲେଶ୍ୱର : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଚିକିତ୍ସା ଭିତିଭୂମିରେ ଉନ୍ନତି ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସଂଖ୍ୟା ବଢାଇବା ଲାଗି ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି କ୍ରମରେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲ କର୍ତୃପକ୍ଷ ବିଭିନ୍ନ ପାରାମେଡିକାଲ ପଦବୀରେ ସାମୟିକ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୩, ୨୦୨୦ ଏବଂ ଏପ୍ରିଲ ୪,୨୦୨୦ରିଖ ଦିନ ଦିବା ୧୧ଘଟିକାରୁ ଅପରାହ୍ନ ୪ଘଟିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସାକ୍ଷାତକାର ପରୀକ୍ଷା(ଓା୍ୱକ-ଇନ-ଇଂଟରଭ୍ୟୁ)ରେ ସିଧାସଳଖ ଭାଗ ନେଇପାରିବେ ବୋଲି କଲେଜ କର୍ତୃପକ୍ଷ ସୂଚନା ଦେଇଛନ୍ତି । ବାଲେଶ୍ୱର ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲ କ୍ୟାମ୍ପସରେ ଅନୁଷ୍ଠିତ ହେବାକୁ ଥିବା ଏହି ସାକ୍ଷାତକାର ପରୀକ୍ଷାରେ(ଓା୍ୱକ-ଇନ-ଇଂଟରଭ୍ୟୁ) ଅବସର ଗ୍ରହଣ କରିସାରିଥିବା ପ୍ରାର୍ଥୀମାନେ ମଧ୍ୟ ଭାଗ ନେଇପାରିବେ ବୋଲି ଜଣାପଡିଛି । ଯେଉଁ ସବୁ ପଦବୀଗୁଡିକ ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ ସେଗୁଡିକ ହେଲା ୧.ଷ୍ଟାଫ ନର୍ସ ୨. ଲାବୋରଟାରୀ ଟେକ୍ନସିଆନ ୩. ଫାର୍ମାସିଷ୍ଟ ଏବଂ ୪. ରେଡିଓଗ୍ରାଫର । ଏମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଜୁନ ୩୦,୨୦୨୦ ପର୍ଯ୍ୟନ୍ତ ସାମୟିକ ଭାବେ ନିଯୁକ୍ତି ଦିଆଯିବାକୁ ଥିବା ବେଳେ ଆବଶ୍ୟକସ୍ଥଳେ ଏହି ସମୟସୀମାକୁ ବୃଦ୍ଧି କରାଯିବ ବୋଲି କଲେଜ କର୍ତୃପକ୍ଷ ଜଣାଇଛନ୍ତି । ସେହିପରି ସାମୟିକ ନିଯୁକ୍ତି ପାଇଁ ଚୟନ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ଦୈନିକ ୧ହଜାର ଟଙ୍କା ଲେଖାଏଁ ଭତା ପ୍ରଦାନ କରାଯିବ । ଏଥିପାଇଁ ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ଓ ପ୍ରମାଣପତ୍ର ସାଙ୍ଗରେ ନେଇ ଆସିବାକୁ କୁହାଯାଇଛି । ସବିଶେଷ ବିବରଣୀ ଓ ବିଜ୍ଞାପନ ନିମନ୍ତେ ପ୍ରାର୍ଥୀମାନେ ୱେବସାଇଟ ଙ୍ଗଙ୍ଗଙ୍ଗ.ଭବକ୍ଷରଗ୍ଦଙ୍ଗବକ୍ସ.ଦ୍ଭସମ.ସଦ୍ଭ କୁ ଯାଇ ସମସ୍ତ ସୂଚନା ପାଇପାରିବେ ବୋଲି କଲେଜ କର୍ତୃପକ୍ଷ ସୂଚନା ଦେଇଛନ୍ତି ।