ଅବକାରୀ ବିଭାଗର ଚଢ଼ାଉ: ୮ ଲକ୍ଷରୁ ଅଧିକ ଟଙ୍କାର ମଦ ଜବତ
ବାଲେଶ୍ୱର, (ଓ୍ବାଇଏନଏସ): ଆଜି ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ଏବଂ ରାଇବଣିଆ ଥାନା ଅନ୍ତର୍ଗତ ବାଘବୁଦା, କବଟାଘାଟି ଗାଁରେ ମିଳିତ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ମୋଟ ୭,୬୫୦ ଲିଟର ଏଫ୍.ଏମ୍ ଓ୍ୱାସ୍, ୨,୦୯୩ ଲିଟର ଆଇ.ଡି. ମଦ* ସହ ବହୁ ମଦ ତିଆରି ସାମଗ୍ରୀ ଓ ଡିସ୍ଟିଲେସନ୍ ଯନ୍ତ୍ରାଂଶ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି। ଜବତ ସାମଗ୍ରୀର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ* ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ମୋଟ ୫ଟି ମାମଲା* ରୁଜୁ ହୋଇଛି। ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଚଢ଼ାଉରେ ଡିଏମ୍ୟୁ ବାଲେଶ୍ୱର ଆଇଆଇସି ଅଭିରାମ ସାହୁ ଓ ତାଙ୍କ ଟିମ୍, ସାଟେଲାଇଟ୍ ୟୁନିଟ୍ ଜଳେଶ୍ୱର ଆଇଆଇସି ଲକ୍ଷ୍ୟ ସାଧବା ଓ ତାଙ୍କ ଟିମ୍, ଜଳେଶ୍ୱର ଓଆଇସି ଭବେଶ କୁମାର ନାଏକ ଓ ତାଙ୍କ ଟିମ୍ ସାମିଲ ଥିଲେ। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି


