ପୋଲସରା ବିଧାୟକ ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କଲେ
ବୁଗୁଡା (ଅନିଲ କୁମାର ମହାରଣା) : ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ତାଙ୍କର ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣର ପ୍ରତିରୋଧ ପାଇଁ ଖର୍ଚ୍ଚ କରିବାକୁ ଶ୍ରୀ ସାହୁ ଏହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ତାଙ୍କର ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେବାପାଇଁ ୨୭ ତାରିଖ ଦିନ ବିଧାନସଭା ସେକ୍ରେଟାରୀଙ୍କୁ ଲିଖିତ ଭାବେ କ୍ଷମତା ପ୍ରଦାନ କରିଛନ୍ତି।


