କରୋନା ମୁକାବିଲା ପାଇଁ ରତନ ଟାଟା ଦାନ କଲେ ୫୦୦ କୋଟି

ନୂଆଦିଲ୍ଲୀ : କରୋନା ରୋଗ ବର୍ତ୍ତମାନ ଯେପରି କାୟା ବିସ୍ତାର କରିବାରେ ଲାଗିଛି, ସେଥିରୁ ମୁକୁଳିବା ପାଇଁ ଯଥେଷ୍ଠ ପରିମାଣର ମାନବ ସମ୍ବଳ, ମେଡିକାଲ ଉପରଣ ଏବଂ ଶଯ୍ୟାର ଆବଶ୍ୟକ ରହିଛି। କାରଣ ବର୍ତ୍ତମାନ ବର୍ତ୍ତମାନ ଯେତିକି ପରିମାଣର ମେଡିକାଲ ଉପକରଣ ହେଉ କିମ୍ବା ହସପିଟାଲ ବେଡ ଅଛି ତାହା ଅଣ୍ଟିବ ନାହିଁ। ଏସବୁକୁ ବୃଦ୍ଧି କରିବାରେ ସରକାରଙ୍କ ପର୍ଯ୍ୟାପ୍ତ ପରିମାଣର ଅର୍ଥର ମଧ୍ୟ ଆବଶ୍ୟକତା ରହିଛି।
ଏପରି ପରିସ୍ଥିତିରେ ସରକାରଙ୍କୁ ସହାୟତା କରିବା ପାଇଁ ଦେଶର ପ୍ରମୁଖ ଶିଳ୍ପପତିମାନେ ଆଗେଇ ଆସିଛନ୍ତି। ଏହି ବଦାନ୍ୟତାରେ ବର୍ତ୍ତମାନ ଯେ ଚର୍ଚ୍ଚାରେ ଅଛନ୍ତି ସେ ହେଉଛନ୍ତି ଟାଟା ଟ୍ରଷ୍ଚ ଏବଂ ଟାଟା ସନସର ଅଧ୍ୟକ୍ଷ ରତନ ଟାଟା। ସେ ଦେଶର ଏପରି ଜରୁରୀ ପରିସ୍ଥିତିରେ ସରକାରଙ୍କୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ