ପିଏମ୍ କିଷାନ୍ ଯୋଜନାରେ ସାମିଲ ହେବେ ସବୁ ଚାଷୀ

ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଦିନରୁ ହିଁ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ, ଆସନ୍ତା ୫ ବର୍ଷ କୃଷି ଓ କୃଷକଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ପୂର୍ବରୁ ପ୍ରଚଳିତ ଥିବା ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାକୁ ଏବେ ଦେଶର ସବୁ କୃଷକଙ୍କ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅର୍ଥାତ୍ ପିଏମ୍-କିଷାନ୍ ଯୋଜନାରେ ଆଉ ଜମି ପରିମାଣକୁ ନେଇ ରହିଥିବା କଟକଣା ରହିବ ନାହିଁ ।
ଏହି ଯୋଜନା ଅଧୀନରେ ପ୍ରତି କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ସହାୟତା ମିଳିବ । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ଦେଶର ପ୍ରାୟ ୧୪.୫ କୋଟି କୃଷକ ଉପକୃତ ହେବେ । ଏହା ସହିତ ଏକ ନୂଆ କେନ୍ଦ୍ରୀୟ ସ୍କିମ୍ ପ୍ରଧାନମନ୍ତ୍ରୀ କୃଷକ ପେନ୍ସନ୍ ଯୋଜନାକୁ ମଧ୍ୟ ମୋଦି ସରକାର ଆରମ୍ଭ କରିଛନ୍ତି । ଏହି ସ୍କିମ୍ରେ କୃଷକ ଯେତିକି ପରିମାଣର ଅର୍ଥ ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା ରଖିବେ ସମ ପରିମାଣରେ ଅର୍ଥ ସରକାର ପ୍ରଦାନ କରିବେ । ସେହିପରି ସଂସଦର ବଜେଟ ଅଧିବେଶନ ୧୭ ଜୁନରୁ ୨୬ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ସ୍କିମ୍ରେ ସହିଦ୍ ହୋଇଥିବା ରାଜ୍ୟ ପୁଲିସ କର୍ମଚାରୀଙ୍କ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରକାଶ ଯେ, ୨ଠ୧୯ ସାଧାରଣ ନିର୍ବାଚନରେ ବିଜେପି ନିଜ ଇସ୍ତାହାରରେ ପ୍ରତିଶ୍ରୁତି ଦେଇ କହିଥିଲା ଯେ ଏହି ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ କରାଯିବ । ପୂର୍ବରୁ ଅନ୍ତରୀଣକାଳୀନ ବଜେଟ୍ରେ ୨ହେକ୍ଟର ଯାଏ ଜମିଥିବା ଚାଷୀଙ୍କୁ ବାର୍ଷିକ ୬ହଜାର ଟଙ୍କାର ସହାୟତା ଦିଆଯିବ । ଏଥିରେ ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଏବେ ସବୁ ବର୍ଗର ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୩.୧୧ କୋଟି କ୍ଷୁଦ୍ର ଚାଷୀ ୨,୦୦୦ ଟଙ୍କା ଲେଖାଏ ପାଇସାରିଛନ୍ତି । ସେହିପରି ୨.୭୫ କୋଟି ଲୋକ ଦ୍ୱିତୀୟ କିସ୍ତି ପାଇସାରିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ