ଭଂଜମଣ୍ଡପରେ ସାହିତ୍ୟ ସଭା
ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ଜାତୀୟ ସଙ୍ଗୀତ କଳାକେନ୍ଦ୍ର ପରିଚାଳିତ ସାହିତ୍ୟ ସନ୍ଧ୍ୟା ପକ୍ଷରୁ କଳାକେନ୍ଦ୍ର ପରିସରସ୍ଥ ଭଂଜ ମଣ୍ଡପ ଠାରେ ମାସିକ ସାହିତ୍ୟ ସଭା କବିନିର୍ମାଲ୍ୟ ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଈ୍ଯାଇଛି । ଏଥିରେ ପ୍ରଫେସର ଡଃ.କୃଷ ଚନ୍ଦ୍ର ଜେନା ମୁଖ୍ୟ ଅତିଥି,ଅଧ୍ୟାପକ ନିରଜଂନ ପଟ୍ଟନାୟକ ମୁଖ୍ୟ ବକ୍ତା ଏବଂ ବରିଷ୍ଠ ସାରସ୍ୱତ ସାଧକ ହାଡିବନ୍ଧୁ ମାଳି ଓ କବି ଡା.ଗୋଦାବରୀଶ ଦାଶ ସମ୍ମାନୀତ ବକ୍ତା ଭାବରେ ଯୋଗଦେଈ ସାହିତ୍ୟ ଆସର ମାଧ୍ୟମରେ ସଂପ୍ରତି ଭାଷା ସାହିତ୍ୟର ବିକାଶ ଓ ପ୍ରସାର ହୋଈଥାଏ ବୋଲି ମତବ୍ୟକ୍ତ କରିଥିିଲେ । କବି ସୁଖେନ୍ଦୁ କୁମାର ଦାଶଙ୍କ ସଂଯୋଜନା କ୍ରମେ ସର୍ବଶ୍ରୀ ପ୍ରଫୁଲ କୁମାର ବେହେରା ,ଈଶ୍ୱର ଚନ୍ଦ୍ର ଗୌଡ,ସୁଦାମ ପାଣିଗ୍ରାହି, ଇଂ.ପ୍ରଫୁଲ କୁମାର ତ୍ରିପାଠୀ, ମନୋଜ କୁମାର ମାହାରଣା, ସୁବାସ ଚନ୍ଦ୍ର ସାହୁ ,ଅରୁଣ କୁମାର ସାହୁ, କିରଣ କୁମାର ମାହାନ୍ତି, ବିଜୟ କୁମାର ଚୌଧୁରୀ, ଭାଗ୍ୟଲତା ପଣ୍ଡା, ଉମାମଣି ସାବତ, ସୁମତି ସାହୁ , ପ୍ରମୁଖ ସୂରଚିତ କବିତା ପାଠ କରିଥିଲେ । କଳାକେନ୍ଦ୍ରର ସମପାଦକ ସ୍ୱରେଗୌରବ କୃଷ ପ୍ରାସଦ ସାବତ ସ୍ୱାଗତ ଭାଷଣ ସ୍ଥଳରେ କବିକର୍ମ ଗଣଉପଯୋଗୀ ହେବା ଉଚ୍ଚିତ ବୋଲି ମତବ୍ୟକ୍ତ କରିବା ସହ ସହୀଦ ମାନଙ୍କ ଆମାର ସଦ୍ଗତି କାମନା ନିମନ୍ତେ ଦୁଈ ମିନଟ୍ ନୀରବ ପ୍ରାର୍ଥନା କରିଥଲେ । ପରିଶେଷରେ କବି ପଦ୍ମଲୋଚନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


