କାନ୍ଥ ଭୁଶୁଡ଼ି୨ ଶ୍ରମିକ ଆହତ
ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍): ବୁଧବାର ସକାଳ ୯ଟାରେ ସଂପୁର ଗ୍ରାମରେ ଏକ ଅଘଟଣ ଘଟିଯାଇଛି । ଗ୍ରାମର ତଳସାହିର ଯୋଗେନ୍ଦ୍ର ଦଳେଇଙ୍କର ବିଜୁ ପକ୍କାଘର ନିର୍ମାଣ ପାଇଁ ନିଅଁ ଖୋଳା ହେଉଥିଲା । ଏହି କାର୍ଯ୍ୟରେ ସେହି ସାହିର ପ୍ରଫୁଲ୍ଲ କୁମାର ସ୍ୱାଇଁ (୫୬), ଜୟକୃଷ୍ଣ ଦେଓ (୪୫) ନିଅଁ ଖୋଳୁଥିଲାବେଳେ ହଠାତ୍ ଘରର ପଶ୍ଚିମ ପାଶ୍ୱର୍ ପଡୋଶୀ କିଶୋର ଚନ୍ଦ୍ର ଦେଓଙ୍କ ମାଟିକାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡିଥିଲା । ଫଳରେ ଉକ୍ତ ୨ଜଣ ୪ ଫୁଟ ମାଟିତଳେ ପୋତି ହୋଇ ଚିତ୍କାର କରିବାରୁ ଗ୍ରାମବାସୀ ଦୀର୍ଘ ୨ ଘଣ୍ଟା ପରିଶ୍ରମ କରି ସେମାନଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ ପୂର୍ବତନ ସରପଞ୍ଚ ଜଳଧର ମହାନ୍ତିଙ୍କ ସହଯୋଗରେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେମାନେ ବିପଦମୁକ୍ତ ଥିବା ଡାକ୍ତର ରତିରଞ୍ଜନ ଷଣ୍ଡଙ୍କଠାରୁ ଜଣାପଡ଼ିଛି । ଏହିଘଟଣାରେ ସେମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ସାଧାରଣରେ ଆଲୋଚନା ହେଉଛି ।