ମୋଟାପଣ ଦୂରକରେ ଜୁଆଣି ପାଣି
ମେଦବହୁଳତା ନେଇ ଆପଣ ଚିନ୍ତିତ କି? ସାଙ୍ଗ ସାଥୀ ଆପଣଙ୍କୁ ମୋଟୁ ମୋଟୁ କହି ଚିଡାଉଛନ୍ତି କି? ନିଜର ମୋଟାପଣ ପାଇଁ ଆପଣ ବାହାରକୁ ଯିବାକୁ କୁଣ୍ଠାବୋଧ କରୁଛନ୍ତି କି? ଯଦି ଏପରି ସମସ୍ୟାରେ ପଡିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଏପରି ଏକ ସହଜ ଉପାୟ ଅଛି ଯାହାକୁ ଆପଣାଇଲେ ଆପଣ ମେଦ ବହୁଳତାରୁ ମୁକ୍ତି ପାଇପାରିବେ । ଜୁଆଣି ହେଉଛି ଏପରି ଏକ ଜିନିଷ ଯାହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବ । ଏହା ବ୍ୟୟବହୁଳ ମଧ୍ୟ ନୁହେଁ । ଆସନ୍ତୁ ଜାଣିବା ଜୁଆଣି କିପରି ଆପଣଙ୍କ ମୋଟାପଣ ଦୂର କରିବାର ସାହାଯ୍ୟ କରିଥାଏ । ଜୁଆଣିରେ ଔଷଧୀୟ ଗୁଣ ଭରପୁର ମାତ୍ରା ରହିଛି । ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରି ନଥାଏ ପେଟ ସମସ୍ୟାରୁ ମୁକ୍ତି ଦିଏ । ଖାଦ୍ୟ ହଜମ ପାଇଁ ଜୁଆଣି ଚୁନ ଲାଭଦାୟକ ହୋଇଥାଏ । ଏହା ସହ ମୋଟାପଣ ଦୂର କରିବା ପାଇଁ ଜୁଆଣି ପାଣି ଲାଭଦାୟକ ହୋଇଥାଏ । ପ୍ରତିଦିନ ସକାଳେ ଖାଲି ପେଟରେ ଜୁଆଣି ପାଣି ପିଇଲେ ମୋଟାପଣ ଦୂର ହୋଇଥାଏ । ଜୁଆଣି ପାଣି ପିଇଲେ ହଜମ ଶକ୍ତି ବୃଦ୍ଧି ହେବା ସହ ଶରୀରରେ ଫ୍ୟାଟ କମିଥାଏ ।
୨୫ ଗ୍ରାମ୍ ଜୁଆଣିକୁ ୧ ଗ୍ଲାସ ପାଣି ମିଶାଇ ରାତିରେ ରଖି ଦିଅନ୍ତୁ । ସକାଳେ ପାଣିରୁ ଜୁଆଣିକୁ ଛାଣି କରି ଖାଲି ପେଟରେ ପିଅନ୍ତୁ । ଏହାକୁ ପିଇବାର ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ । ଏହି ପାନୀୟ ହଜମ ଶକ୍ତି ବୃଦ୍ଧି କରିବା ସହ ପେଟ ରୋଗ ଦୂର କରିଥାଏ ।


