ଆରଏସ୍ଏସ୍ ତରଫରୁ ପୁରୀରେ ସୋଲାର ଲାଇଟ୍ ବିତରଣ
ପୁରୀ, ୩ /୬: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ପୁରୀ ସଦରର ୧୬ଟି ପଂଚାୟତର ୩୬ଟି ଗ୍ରାମରେ ୧୫୨୬ଟି ଓ ପୁରୀ ନଗରର ୬ଟି ସ୍ଥାନର ୨୫୩ଟି ପରିବାରରେ ମୋଟ ୧୭୭୯ଟି ସୋଲାଲ ଲାଇଟ ବିତରଣ କରାଯାଇଛି ସହ ପୁରୀ ସଦର ଓ ପୁରୀ ନଗରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ରାଷ୍ଟ୍ରୀୟ ସେବାଭାରତୀ ସହଯୋଗରେ ଓ ଉକ୍ରଳ ବିପନ୍ନ ସହାୟତା ସମିତି ଦ୍ୱାରା ବିଭିନ୍ନ ପ୍ରକାର ସେବାକାର୍ଯ୍ୟ କରାଯାଉଛି । ପୁରୀର ୧୧୦ଟି ଗ୍ରାମ ଓ ୭୪ଟି ବସ୍ତି ଓ କଲୋନୀର ୫୧୬୮୭ ଜଣଙ୍କୁ ସଂଘ ତରଫରୁ ସାହାଯ୍ୟ ସହଯୋଗ ଯୋଗଇ ଦିଆଯାଇଛି । ସଂଘ ତରଫରୁ ପୁନେ ଓ ବାରାଣାସୀରୁ ଆସିଥିବା ଡାକ୍ତରୀ ଦଳ ଓ ୟୁବିଏସ୍ଏସ୍ର ଆମ୍ବୁଲାନ୍ସ ଦ୍ୱାରା ପୁରୀ ସଦରର ୨୭ଟି ଗ୍ରାମରେ ସ୍ୱାସ୍ତ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରାଯାଇଛି । ପ୍ରତ୍ୟେକ ଟିମ୍ରେ ଗୋଟିଏ ଆମ୍ବୁଲାନ୍ସ, ଜଣେ ଡାକ୍ତର, ବିଭିନ୍ନ ପ୍ରକାର ନମୁନା ପରୀକ୍ଷା କରିବା ପାଇଁ ଆବଶ୍ୟକୀୟ ଜନ୍ତ୍ରପାତି ସହ ଜଣେ ଲାବରଟେରିଆନ, ଜଣେ ନର୍ସ, ଜଣେ କଂପାଉଣ୍ଡରଙ୍କ ସହିତ ସ୍ଥାନୀୟ ଅଂଚଳର ସ୍ୱୟଂସେବକମାନେ ସାମିଲ ହୋଇଛନ୍ତି । ଏହି ଟିମ୍ ସମ୍ବେଦନଶୀଳ ଅଂଚଳ ଗୁଡିକ ଗସ୍ତ କରି ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି ବୋଲି ସଂଘର ପୁରୀ ସହାୟତା କେନ୍ଦ୍ର ଦାୟିତ୍ୱରେ ଥିବା କେନ୍ଦ୍ର ପ୍ରମୁଖ ସୀମାଚଂଳ ଖଟୁଆ ପ୍ରକାଶ କରିଛନ୍ତି ।


