ଲିଟିଲି ସ୍କୁଇରାଲ ପବ୍ଲିକ୍ ସ୍କୁଲର ଉଦ୍ଘାଟନୀ ଉତ୍ସବ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ପରି ମଫସଲି ଅଞ୍ଚଳରେ କୁନି କୁନି ପିଲା ମାନଙ୍କର ଲୁକାୟିତ ପ୍ରତିଭାର ବିକାଶ ଲକ୍ଷ୍ୟରେ ଗଢି ଉଠିଛି ଲିଟିଲି ସ୍କୁଇରାଲ ପବ୍ଲିକ ସ୍କୁଲ । ପିଲା ମାନଙ୍କର ଅନ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିବାର ଆସ୍ପୃହା ସୃଷ୍ଟି କରିବା ସହ ପିଲାଙ୍କ ମଧ୍ୟରେ ବିଶ୍ୱ ଭାତୃଭାବ, ପ୍ରକୃତିପ୍ରେମ, ଏବଂ ମାନବିକ ସମ୍ବେଦନଶୀଳତା ସୃଷ୍ଟି କରିବା ଏହି ସ୍କୁଲର ଲକ୍ଷ୍ୟ ବୋଲି ରବିବାର ବନ୍ତ କେନାଲ ରୋଡସ୍ଥିତ ଲିଟିଲି ସ୍କୁଇରାଲ ପବ୍ଲିକ୍ ସ୍କୁଲର ଉଦ୍ଘାଟନୀ ଉତ୍ସବରେ ଅତିଥି ମାନେ ଯୋଗ ଦେଇ କହିଥିଲେ । ପ୍ରାରମ୍ଭରେ ସ୍ୱାଗତ ସଂଗୀତଗାନ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ବିଶ୍ୱାଳ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀ, ମୁଖ୍ୟ ବକ୍ତା ଭାବେ ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ନିହାରିକା ରାଉତ, ଅବସରପ୍ରାପ୍ତ ଶିକ୍ଷକ ମାୟାଧର ପାତ୍ର, ଗଣେଶ ପ୍ରସାଦ କରଶର୍ମା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଅଜୟ କୁମାର ପୃଷ୍ଟି, ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ରମାକାନ୍ତ ଜେନା, ସାଇ ଇଣ୍ଟରନେସନାଲ ସ୍କୁଲର ଶିକ୍ଷୟିତ୍ରୀ ମାଳବିକା ପୃଷ୍ଟି, ଅଧ୍ୟାପକ ସଞ୍ଜୟ କୁମାର ମଜୁମଦାର, ଅବସରପ୍ରାପ୍ତ ସୈନିକ ସମରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଚଳଚିତ୍ର ଓ ଧାରାବାହିକର ଅଭିନେତା ଉଦିତ୍ ଗୁରୁ ମହାପାତ୍ର, କ୍ରିଷ୍ଣା କର, ଚିରଞ୍ଜୀବ୍ ବିଶ୍ୱାଳ, ଅଭିନେତ୍ରୀ ପ୍ରତିଭା ବେହେରା, ସ୍ମୃତିଶ୍ରଦ୍ଧା ବିଶ୍ୱାଳ, ହାସ୍ୟଭିନେତା ନିଳକଣ୍ଠ ପରିଡା, ବ୍ଲାକ ରବି, କଣ୍ଠଶିଳ୍ପୀ ବାପି କୁମାର, ଜୀବନ ଦାସ, ସତ୍ୟବ୍ରତ, ନିତିନ୍ ଓଝା, ସୁଭଦ୍ରା ଶୁଭଦର୍ଶନୀ, ଯାଦୁଗର ଗୋଗାଙ୍କ ଦ୍ୱାରା ରଂଗାରଂଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କାର୍ଯ୍ୟରେ ଶିକ୍ଷୟିତ୍ରୀ ସୁମିତ୍ରା ନାୟକ, ସ୍ନିଗ୍ଧାରାଣୀ ଜେନା, ପ୍ରିୟ ଦର୍ଶନୀ ଲେଙ୍କା, ରବିନ୍ଦ୍ର ବିଶ୍ୱାଳ, ସୌମିତ୍ରୀ ମଲ୍ଲିକ, ସୁମନ ବିଶ୍ୱାଳ, ମାନିନୀ ବିଶ୍ୱାଳ, ବିଜୟ ବିଶ୍ୱାଳ, ଟୁପୁନ ବିଶ୍ୱାଳ, ସିପୁନ ବିଶ୍ୱାଳ, ରଶ୍ମି ବିଶ୍ୱାଳ, ଗୁଡି ବିଶ୍ୱାଳ, ଲିପୁନ ବିଶ୍ୱାଳଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ