ରନ୍ଧାଖାଦ୍ୟ ପରିବେଷଣ ଦାୟୀତ୍ୱ ନେଲେ ୨୫ ସ୍ୱୟଂ ସହାୟକ ଗୋଷ୍ଠୀ
ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଧିନ ଅଧିକାଂଶ ପଞ୍ଚାୟତରେ ଅସହାୟ, ଦୁସ୍ଥ ଏବଂ ଗରିବ ଦିନମଜୁରିଆ ମାନଙ୍କ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ରନ୍ଧାଖାଦ୍ୟ ପରିବେଷଣ ହୋଇନଥିଲା । ଏସଂପର୍କରେ ଖବର ପ୍ରକାଶ ପାଇବା ପରେ ରନ୍ଧାଖାଦ୍ୟର ମୂଲ୍ୟବୃଦ୍ଧି ହୋଇ ବିଭିନ୍ନ ପଞ୍ଚାୟତରେ ରନ୍ଧାଖାଦ୍ୟ ପରିବେଷଣ ହୋଇଥିବାର ଦେଖିବାକୁ ମିଳିଛି । ବୟସ୍କ ମାନଙ୍କ ରନ୍ଧାଖାଦ୍ୟ ମୂଲ୍ୟ ଦିନକୁ ୬୦ ଟଙ୍କା ଏବଂ ଶିଶୁ ମାନଙ୍କ ରନ୍ଧାଖାଦ୍ୟ ମୂଲ୍ୟ ୪୫ ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି । ପ୍ରକାଶ ଥାଉକି, ଏସଂପର୍କରେ ସ୍ୱେଚ୍ଛସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟ.ଏସ୍.ଡି ତରଫରୁ ଦାବୀ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ରାମପୁର ପଞ୍ଚାୟତରେ ମା ତାରିଣୀ, ଓଡଙ୍ଗରେ ଲିଙ୍ଗରାଜ ବଡବର୍ଚ୍ଚିକୟାଁରେ ମା ପଶ୍ଚିମା, ବିଟିପୁରରେ ମା ଜାଗୁଳାଇ, ରାମଚନ୍ଦ୍ରପୁରରେ ମା ମଙ୍ଗଳା, ବନ୍ତରେ ମା ଦକ୍ଷିଣଚଣ୍ଡିି, କାଦବରାଙ୍ଗରେ ମା ତାରିଣୀ, ରାମକୃଷ୍ଣପୁରରେ ବାବା ବାଲୁଙ୍କେଶ୍ୱର, ଆଡିଆରେ ଶିବଶକ୍ତି, ଗଣିଜାଙ୍ଗରେ ମା ତାରିଣୀଶକ୍ତି, ଛୟାଳସିଂରେ ବଉଳାଶୁଣୀ, ମହାନ୍ତିପଡାରେ ବାବା ଲୋକନାଥ, ଟିଲୋରେ ବାବା ଲିଙ୍ଗେଶ୍ୱର, ଗୋପିନାଥପୁରରେ ରଘୁନାଥଜୀଉ, ନିଳୋକରେ ମା ବୃନ୍ଦାବତୀ, ତୋଡଗାଁରେ ମଦରଟେରେସା, ବସନ୍ତିଆରେ ଶ୍ୟାମସୁନ୍ଦର, ଗୋବିନ୍ଦପୁରରେ ମା ତାରିଣୀ, ପୁରୁଷଣ୍ଢରେ ମା ସନ୍ତୋଷୀ, ପଧାନପଡାରେ ମା ମଙ୍ଗଳା, ବଡ ମହିଷଗୋଠରେ ସାମୁରାଇ, ଚାରିଗାଁରେ ମା ବୁଢିଜାଗୁଳାଇ, ଅଣିଜୋରେ ଜୟ ହନୁମାନ, ସେଣ୍ଢତୀରାରେ ମା ମାନସ, କେନ୍ଦୁଆପଦାରେ ବାବା ଭୋଳାନାଥ ସ୍ୱୟଂ ସହାୟକ ଗୋଷ୍ଠୀକୁ ରନ୍ଧାଖାଦ୍ୟ ପରିବେଷଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଦାୟୀତ୍ୱ ଦିଆଯାଇଛି ।