ଜୁଲାଇ ପହିଲାରୁ ଅମରନାଥ ଯାତ୍ରା

ପଞ୍ଜିକରଣ କଲେଣି ୧ଲକ୍ଷରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁ ଜାମ୍ମୁ(ଏଜେନ୍ସି): ଆସନ୍ତା ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ କାଶ୍ମୀର ହିମାଳୟର ଅମରନାଥ ଗୁମ୍ପା ମନ୍ଦିରର ବାର୍ଷିକ ତୀର୍ଥ ଯାତ୍ରା ପାଇଁ ୧.୧୦ ଲକ୍ଷ ଶ୍ରଦ୍ଧାଳୁ ସେମାନଙ୍କ ନାମ ପଞ୍ଜିକରଣ କରିସାରିଥିବା ସମ୍ପର୍କରେ ସୂଚନା ମିଳିଛି । ତୀର୍ଥଯାତ୍ରୀମାନଙ୍କ ପାଇଁ ଗତ ସପ୍ତାହରେ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍ ଅନଲାଇଇନ୍ ପଞ୍ଜିକରଣ ପ୍ରକ୍ରିୟା ଲଞ୍ଚ୍ କରିଥିଲେ । ବାଲତାଲ ଓ ଚନ୍ଦନୱାରୀ ମାର୍ଗ ଦେଇ ଅମରନାଥ ଗୁମ୍ପା ମନ୍ଦିରରକୁ ଯାତ୍ରା କରିବା ପାଇଁ ପଞ୍ଜିକରଣ ଗତ ଏପ୍ରିଲ୍ ୨ରୁ ଆରମ୍ଭ ହୋଇଯାଇଛି । ସୂଚନା ମିଳିଥିଲା ଯେ, ତୀର୍ଥଯାତ୍ରୀମାନେ ମନ ଇଚ୍ଛା ଅମରନାଥ ଯାତ୍ରା କରିପାରିବେ ନାହିଁ । ଅନୁମତି ନେଇ କରି ହିଁ ଯାତ୍ରା କରିବା ସମ୍ଭବ । ଯାତ୍ରୀଙ୍କୁ ମିଳିଥିବା ନିର୍ଦ୍ଦିଷ୍ଟ ଦିନ ଓ ମାର୍ଗରେ ହିଁ ସେମାନଙ୍କୁ ଯିବାକୁ ହେବ । ନଚେତ୍ ସେମାନେ ପ୍ରଭୁ ଅମରନାଥଙ୍କୁ ଦର୍ଶନ କରିବାରୁ ବଞ୍ôଚତ ହେବେ । ତେବେ, କୁହାଯାଇଥିଲା ଯେ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍, ଜାମ୍ମୁ-କାଶ୍ମୀର ବ୍ୟାଙ୍କ୍ ଓ ୟେସ୍ ବ୍ୟାଙ୍କ୍ ଅଧୀନରେ ହିଁ ଏହି ପଞ୍ଜିକରଣ ସମ୍ଭବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ