୨ଗିରଫ,୧୫ଶହ ଲିଟର ପୋଚ ଜବତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲା ମୋହନା ବ୍ଲକ ଅଡବା ଥାନା ଓ କାଶୀନଗର ଥାନା ଅଞ୍ଚଳରେ ପୋଲିସର ପୃଥକ ପୃଥକ ଚଢାଉରେ ୨ଜଣ ଗିରଫ ହୋଇଥିବା ବେଳେ ଦେଶୀମଦ,ବିୟର ବୋତଲ ସହ ୧୫ଶହ ଲିଟର ପୋଚ ଜବତ ହୋଇଥିବା ଜଣାଯାଇଛି । ଅଡବା ଥାନାର ଆଲିଗଣ୍ଡା ଓ ଦାମଦୁଆ ଅଞ୍ଚଳରେ ଅଡବା ପୋଲିସ ପକ୍ଷରୁ ଚଢାଉ କରାଯାଇ ୧୫ଶହ ଲିଟର ଚୋରା ମହୁଲି ମଦ ପୋଚ ଜବତ କରାଯାଇ ତାକୁ ନଷ୍ଟ କରିଦିଆଯାଇଛି । ଅଡବା ଥାନା ଅଧିକାରୀ ଆଲୋକ ରଂଜନ ଜଗଦଲ କହିଛନ୍ତି ଲକଡାଉନ୍ ଚାଲିଥିବା ବେଳେ ଚୋରା ବ୍ୟବସାୟୀମାନେ ଦେଶୀ ମଦ ପ୍ରସ୍ତୁତ କରି ବିକ୍ରୀ ପାଇଁ ପୋଚ ତିଆରି କରିଥିଲେ । ପୋଲିସ ଚଢାଉ ବେଳେ ଚୋରା ବ୍ୟବସାୟୀମାନେ ପାହାଡ ଉପରୁ ପୋଲିସ ଆସୁଥିବା ଦେଖି ଘଟଣା ସ୍ଥଳରୁ ଅନ୍ତର୍ଦ୍ଧାନ ହୋଇଥିଲେ । ତେଣୁ ଏହି ଘଟଣାରେ କେହି ଗିରଫ ହୋଇନାହାଁନ୍ତି । ତେବେ ଘଟଣାରେ ମଦ ତିଆରି ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଛି । ସେହିପରି କାଶୀନଗର ଥାନାର ବୁଦୁରା ଗ୍ରାମରେ ପୋଲିସ ୧୨ଗୋଟି ବିୟର ବୋତଲ ଜବତ କରି ପି.ସାଇରାଜୁକୁ ଗିରଫ କରିଛନ୍ତି । ଏନେଇ କାଶୀନଗର ଥାନାରେ କେସ ନଂ୩୪ରେ ମକଦ୍ଦମା ରୁଜୁ ହୋଇଛି । କାଶୀନଗର ଏନଏସିର ୱାର୍ଡ ନଂ ୧୨ରେ ସେକ୍ ୱାଜିରା ଦେଶୀମଦ ବିକ୍ରୀ କରୁଥିବା ବେଳେ ଚଢାଉ କରାଯାଇ ଗିରଫ କରାଯାଇଛି । ଏଥିରେ ପୋଲିସ ୫୦ ଲିଟର ଦେଶୀମଦ ଜବତ କରିଛି । କାଶୀନଗର ଥାନାରେ କେସ ନଂ ୩୩ରେ ଏନେଇ ମକଦ୍ଦମା ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ