ବେଆଇନ ବାଲି ଚାଲାଣ ମହଙ୍ଗା ପଡ଼ିଲା
୭ ଟି ବାଲି ବୋଝେଇ ଟ୍ରକ ଓ ୩ ଟ୍ରାକ୍ଟରରୁ ୧ଲକ୍ଷ ୬୭ ହଜାର ଟଙ୍କା ଜୋରିମାନା ଆଦାୟ
ହିଂଜିଳିକାଟୁ, ୪ା୬ (ଶେଷଦେବ ସାହୁ): ସ୍ଥାନୀୟ ଅଂଚଳ ଦେଇ ପ୍ରବାହିତ ଘୋଡ଼ାହାଡ଼ ଓ ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣ ମହଙ୍ଗା ପଡ଼ିଛି । ମଙ୍ଗଳବାର ପୁର୍ବାହ୍ନରେ ହିଂଜିଳି ତହସିଲଦାର ଗୋପିନାଥ କୁଅଁରଙ୍କ ନେତୃତ୍ୱରେ ୪ଟି ଟିମ୍ ସିକିରି, ଭାବନ୍ଧ, ବୁରୁପୋଡ଼ା ଓ କଂଚୁରୁ ଛକ ନିକଟରେ ଚଢାଉ କରି ୭ ଟି ଟ୍ରକ ଓ ୩ ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ୧ ଲକ୍ଷ ୬୭ ହଜାର ଟଙ୍କା ଜେରିମାନା ଆଦାୟ କରିଛନ୍ତି । ଜୋରିମାନା ଆଦାୟ ପରେ ସଂପୃକ୍ତ ବାଲି ବୋଝେଇ ଗାଡ଼ି ଗୁଡ଼ିକୁ ଛାଡ଼ି ଦିଆଯାଇଛି । ଚଢାଉରେ ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ, ମୁଖ୍ୟ କିରାଣୀ ଦିବାକର ପୂଜାରୀ, ରାଜସ୍ୱ ନିରୀକ୍ଷକ ସୁନିଲ ମହାରଣା, ବିନୟ ସବର, ସହକାରୀ ରାଜସ୍ୱ ନିରୀକ୍ଷକ ଟିଟୁ ସେଠି, ରଘୁମଣି ବେହେରା,ଜି. ଗୋପାଳ ରେଡ୍ଡି, ଟୁକୁନା ଗୌଡ଼ଙ୍କ ସମେତ ହିଂଜିଳି ତହସିଲରେ କାର୍ଯ୍ୟରତ ବହୁ ରାଜସ୍ୱ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଭବିଷ୍ୟତରେ ଚଢାଉ ଜାରୀ ରହିବ ବୋଲି ତହସିଳଦାର କୁଅଁର କହିଛନ୍ତି । ପ୍ରକାଶ ତାଉକି, କିଛି ଦିନର ନିରବତା ପରେ ପୁଣି ଥରେ ଚଢାଉ କରାଯିବା ପରେ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।