ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ
ଛତ୍ରପୁର (ଓ୍ବାଇଏନଏସ) : ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ମହାବିଦ୍ୟାଳୟରେ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଦରମା ଦେବାକୁ ମହାବିଦ୍ୟାଳୟ ଅସମର୍ଥ ହୋଇପଡ଼ିଛି। ତେଣୁ ଏହି ଅଧ୍ୟାପକ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁଦାନ ପରିସରଭୁକ୍ତ କରିବା ଜରୁରି ହୋଇପଡ଼ିଛି ବୋଲି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହେଉଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ଶୁଣୁନଥିବାରୁ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପ୍ରଦାନ କରାଯାଇଛି l ଗଞ୍ଜାମ ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି ସଙ୍ଘର ବହୁ ଅଧ୍ୟାପକ ଓ ଅଧ୍ୟାପିକା ମାନେ l ସେମାନଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି l ଉକ୍ତ ଦାବିପତ୍ର ପ୍ରଦାନ ବେଳେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ଗଞ୍ଜାମ ଜିଲ୍ଲା ସଂଯୋଜକ ପ୍ରକାଶ ଚନ୍ଦ୍ର ଶତପଥୀ, ସତ୍ୟ ନାରାୟଣ ଚୌଧୁରୀ, ସୁନିତା ରାଣୀ ଜେନା, ପ୍ରିୟ ଦର୍ଶିନୀ ମେକାପ, ସୁରଭି ଗୌଡ଼, ତନ୍ମୟୀ ଚ୍ୟାଉ ପଟ୍ଟନାୟକ, ଅର୍ଚ୍ଚନା ପାଣିଗ୍ରାହୀ, ନୂତନ ମହାରଣା, ଜ୍ୟୋତି ପ୍ରସାଦ ସାହୁ ଓ ଲିଙ୍ଗରାଜ ରଥ ଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ l


