ୟୁରୋ ସ୍କୁଲରେ ଚେସ ପ୍ରତିଯୋଗିତା ଅନୁଷ୍ଠିତ
ଛତ୍ରପୁର (ଓ୍ବାଇଏନଏସ) : ଆଜି ହେଉଛି ଅନ୍ତର୍ଜାତୀୟ ଚେସ ଦିବସ l ଏହି ଅବସରରେ ଛତ୍ରପୁର ୟୁରୋ ସ୍କୁଲ ପରିସରରେ ଏକ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ୟୁରୋ ସ୍କୁଲର ଷଷ୍ଠ ଠାରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୨ଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଜୁନିଅର ବର୍ଗରେ ଆରୀୟନ ଦଳବେହେରା (ଷଷ୍ଠ ଶ୍ରେଣୀ) ପ୍ରଥମ ହୋଇଥିବା ବେଳେ ସାହିଲ ମହାନ୍ତି (ଅଷ୍ଟମ ଶ୍ରେଣୀ) ଦ୍ଵିତୀୟ ଏବଂ ଚିନ୍ମୟ କୁମାର ଗୌଡ଼ (ଅଷ୍ଟମ ଶ୍ରେଣୀ) ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିପରି ସିନିଅର ବର୍ଗରେ ସୌମ୍ୟରଞ୍ଜନ ସାହୁ (ନବମ ଶ୍ରେଣୀ) ପ୍ରଥମ, ଜି. ଅବିନାଶ ରେଡ୍ଡୀ (ଦଶମ ଶ୍ରେଣୀ) ଦ୍ଵିତୀୟ ଏବଂ ଅକ୍ଷସଜ ମହାପାତ୍ର (ନବମ ଶ୍ରେଣୀ)ତୃତୀୟ ସ୍ଥାନ ଅଧିକାର କରିଥିଲେ l ଛତ୍ରପୁର ୟୁରୋ ସ୍କୁଲ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ କରି ନିର୍ଦ୍ଧାରିତ ନିୟମ ଅନୁସାରେ ଏକାଧିକ ରାଉଣ୍ଡରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବୋଲି ସ୍କୁଲର ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର କହିଛନ୍ତି। ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବିଜେତା ଓ ରନର୍ସଅପ୍ ପ୍ରତିଯୋଗୀଙ୍କୁ ଟ୍ରଫି, ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସାମ୍ବାଦିକ ବସନ୍ତ କୁମାର ମହାରଣା ଓ ଛତ୍ରପୁର ପୌରପରିଷଦର ୧୦ ନମ୍ବର ୱାର୍ଡ କାଉନସିଲର ତଥା ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାଶିଷ ମିଶ୍ର ବିଚାରକ ଭାବେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ଙ୍କୁ ଚୟନ କରିଥିଲେ l ପରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଅତିଥି ଭାବେ ଯୋଗ ଦେଇ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l


