ଆଷାଢ ପୂର୍ଣ୍ଣିମା କଣ୍ଡେଇ ଯାତ୍ରା ନେଇ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର,(ସୁଦିପ କୁମାର ସାହୁ):ବ୍ରହ୍ମପୁର ଖାସ୍ପା ସାହିରେ ବହୁ ପୁରାତନ କଣ୍ଡେଇ ଯାତ୍ରା ଦୀର୍ଘ ୨୫୦ବର୍ଷ ହେଲା ହୋଇ ଆସୁଅଛି । ଚଳିତ ବର୍ଷ ୨୯ ଜୁଲାଇ ହେବାକୁ ଥିବା କଣ୍ଡେଇ ଯାତ୍ରା ନିମନ୍ତେ ଖାସ୍ପା ସାହି ସାନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଆମ୍ ସଂସ୍କୃତି ଆମ ପରମ୍ପରା ତରଫରୁ ଅନୁଷ୍ଠିତ ହୋଇଥିଲା । ଏହି ବୈଠରେ ସଭାପତି ସୂର୍ଯ୍ୟ ନାରାୟଣ ଦାସଙ୍କ ଦ୍ଵାରା ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସାଧାରଣ ସମ୍ପାଦକ ଗୋପାଳ ପଟ୍ଟନାୟକ କାର୍ଯ୍ଯକ୍ରମର ସମ୍ପୂର୍ଣ୍ଣ ବିବରଣୀ ଦେଇଥିବା ବେଳେ ସାଂସ୍କୃତିକ ସମ୍ପାଦକ ସୁଦୀପ କୁମାର୍ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଉକ୍ତ ବୈଠକରେ ସାହିତ୍ୟ ଆସର , ସ୍ମରଣିକା ଉନ୍ମୋଚନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଥିଲା । ସାହିତ୍ୟ ଆସର ନିମନ୍ତେ ଯୁବ କବି ସୁନୀଲ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରାଯିବା ନେଇ ସଭାରେ ଆଲୋଚନା ହୋଇଥିଲା । ଏଥିରେ ମାନସ ରଞ୍ଜନ ପାଢ଼ୀ , ପତିତ ପାବନ ଗନ୍ତାୟତ, ଉମା ଶଙ୍କର ପାତ୍ର, ହେମନ୍ତ କୁମାର ପାତ୍ର, ବିଚିତ୍ର ସାହୁ, ସୁରେଶ କୁମାର ବେହେରା, ସୁକାନ୍ତ କୁମାର ପଣ୍ଡା, ସୁନିର ବିଶ୍ୱାସ, ବଦ୍ରିନାଥ ସାବତ , ସୁରେନ୍ଦ୍ର କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।


