ଶେଫାଳୀ ପରିବାର ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୫ହଜାର ଟଙ୍କା ପ୍ରଦାନ

ଚୌଦ୍ଵାର,(ସଞ୍ଜୀବ କୁମାର ତିୱାରୀ):କୋରନା ସାରା ବିଶ୍ୱରେ ଡେଣା ମେଲାଇ ତାର କାୟା ବିସ୍ତାର କରି ଚାଲିଛି ।ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଏହି ବିଶ୍ୱ ମହାମରୀ କୁ ରୋକିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ତେବେ ଏହି ମହାମାରୀ ଯେପରି ବହୁ ଲୋକଙ୍କୁ ଆକ୍ରାନ୍ତ ନ କରିବ ସେଥିପାଇଁ ଲକ ଡାଉନ ଘୋଷଣା କରାଯାଇଛି । ଏହି ଘଡିସନ୍ଧି ମୁହୂର୍ତ୍ତ ରେ ଚୌଦ୍ଵାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଶେଫାଳୀ ପରିବାର ଆଗେଇ ଆସି ଅଞ୍ଚଳ ବାସୀଙ୍କୁ ସାମାଜିକ ଦୂରତା ଓ କରେନା ମହାମାରୀ ସଂକ୍ରମଣ ସତର୍କ ସଚେତନା ବାର୍ତ୍ତା ଦେବା ସହ ବିଶ୍ୱ ମାହାମାରୀ କରୋନା ର ମୁକାବିଲା ପାଇଁ ଶେଫାଳି ପରିବାର ତରଫରୁ ଟାଙ୍ଗି ଚୌଦ୍ୱାର ବ୍ଲକ ର ବିଡିଓ ବିନୋଦ କୁମାର ସେନାପତି ଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୫ ହଜାର ଟଙ୍କା ର ଚେକ ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଶେଫାଳୀ ପରିବାର ସଭାପତି ହେମନ୍ତ କୁମାର ସ୍ବାଇଁ,ସମ୍ପାଦକ ପ୍ରୀତିରଞ୍ଜନ ଦାସ ,ସହ ସଂପାଦକ ମନୋଜ ମହାରଣା ,କୋଷାଧ୍ୟକ୍ଷ-ଶିବ ଚରଣ ଦାସ ଉପସ୍ଥିତ ଥିଲେ । ଶେଫାଳୀ ପରିବାରର ଏଭଳି ମହତ୍ କାର୍ଯ୍ୟ କୁ ବିଡ଼ିଓ ତଥା ଅଞ୍ଚଳ ବସି ଭୂରି ଭୂରି ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ