ଶ୍ରବଣ ସେବା ଅନୁଷ୍ଠାନ ପକ୍ଷରୁ ବୁଲା ଗାଇ ଓ କୁକୁରଙ୍କୁ ଖାଦ୍ୟ ବଣ୍ଟନ

କୋଦଳା:କରୋନା ସଂକ୍ରମଣରୁ ରକ୍ଷାପାଇବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି l ସେହିପରି କୋଦଳା ଅଞ୍ଚଳରେ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ଅସହାୟ, ମାନସିକ ବିକୃତ, ବୁଲା ଗାଇ ଓ କୁକୁରଙ୍କୁ ସାହାର୍ଯ୍ୟ ଦେବଦୁତ ସାଜିଛନ୍ତି ଶ୍ରବଣ ସେବା ଅନୁଷ୍ଠାନ l କୋଦଳାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଶ୍ରବଣ ସେବା ଅନୁଷ୍ଠାନ ପକ୍ଷରୁ ଜଗନ କୁମାର ସେଠୀଙ୍କ ନେତୃତ୍ୱରେ ରାସ୍ତାରେ ବୁଲୁଥିବା ଭୋକିଲା ଗାଇ, କୁକୁରଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି l ପ୍ରତିଦିନ ସ୍ବେଛାସେବୀ ମାନେ କାକୁଡି, ବାଇଗଣ, ପନିପରିବା ଓ କୁକୁର ମାଙ୍କଡ଼ଙ୍କ ପାଇଁ ବ୍ରେଡ, ରୁଟି ବିସ୍କୁଟ କଦଳୀ ଆଦି ସାଙ୍ଗରେ ନେଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଲୁଥିବା ବୁଲା ଗାଇ ମାନଙ୍କୁ ବଣ୍ଟନ କରିଛନ୍ତି l ଲକ୍ ଡାଉନ୍ ଶେଷ ହେବା ଯାଏ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାଇଛନ୍ତି l ଏଥିରେ ଶ୍ରବଣ ସେବା ଅନୁଷ୍ଠାନର ସ୍ବେଛାସେବୀମାନେ ସାମିଲ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ