ମାର୍କେଟ୍ ଶେୟାରକୁ ଡବଲ କରିଛି ଗାଲାକ୍ସି ଏମ୍ ସ୍ମାର୍ଟଫୋନ୍

ମୁମ୍ବାଇ, (ଏଜେନ୍ସି): ସାମ୍ସଙ୍ଗର ଗାଲାକ୍ସି ଏମ୍ ସ୍ମାର୍ଟଫୋନ୍ ଭାରତରେ ଅଭୂତପୂର୍ବ ସଫଳତା ହାସଲ କରିଛି । କମ୍ପାନୀ ଖୁବ୍ କମ୍ ସମୟ ମଧ୍ୟରେ ଗାଲାକ୍ସି ଏମ୍୧୦, ଏମ୍୨୦ ଓ ଏମ୍୩୦ର ୨ ନିୟୁତ ୟୁନିଟ୍ ବିକ୍ରି କରିବାରେ ସଫଳ ହୋଇଛି । ଯୁବ ପୀଢ଼ି ଓ ଜେନ୍ ଜେଡ୍ ଗ୍ରାହକଙ୍କ ପାଇଁ ଡିଜାଇନ୍ ହୋଇଥିବା ଗାଲାକ୍ସି ଏମ୍କୁ ଭାରତରେ ଆରମ୍ଭ କରାଯାଇଥିଲା । ଏହା ଆମାଜନ ଇନ୍ ଓ ସାମ୍ସଙ୍ଗ ଡଟ୍ କମ୍ରେ ଚଳିତ ବର୍ଷ ଫେବୃୟାରୀ ଠାରୁ ଉପଲବ୍ଧ ହୋଇଥିଲା । ଗାଲାକ୍ସି ଏମ୍ର ସଫଳତା ଯୋଗୁଁ ସାମ୍ସଙ୍ଗର କେବଳ ଅନ୍ଲାଇନ୍ ଏକ୍ସକ୍ଲ୍ୟୁସିଭ୍ ରେଞ୍ଜ୍ର ସ୍ମାର୍ଟଫୋନ୍ ଦ୍ୱାରା ଏହା ଚଳିତ ବର୍ଷ କମ୍ପାନୀର ମାର୍କେଟ୍ ସେୟାରକୁ ଡବଲ୍ କରିବାରେ ସଫଳ ହୋଇଥିବା କହିଛନ୍ତି ସାମସଙ୍ଗ ଇଣ୍ଡିଆ ମୋବାଇଲ୍ ବିଜ୍ନେସ୍ର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଅସିମ୍ ୱାର୍ସି । ଗାଲାକ୍ସି ଏମ୍ ସିରିଜ୍ ସହିତ ଗାଲାକ୍ସି ଏ ଓ ଗାଲାକ୍ସି ଏସ୍ ସିରିଜ୍ ହେତୁ ସାମ୍ସଙ୍ଗ ଇଣ୍ଡିଆର ଅନ୍ଲାଇନ୍ ବିକ୍ରିରେ ବୃଦ୍ଧି ହୋଇଛି, ଯାହାକି ଅନ୍ଲାଇନ୍ ଚାନେଲ୍ରେ ଉପଲବ୍ଧ ରହିଛି । ଅନ୍ଲାଇନ୍ ସ୍ପେସ୍ରେ ୨୫% ମାର୍କେଟ୍ ସ୍ପେସ୍ ଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମଧ୍ୟ ସେ କହିଛନ୍ତି । ସାମ୍ସଙ୍ଗ ବର୍ତ୍ତମାନ ଏହାର ଚତୁର୍ଥ ଗାଲାକ୍ସି ଏମ୍ ସ୍ମାର୍ଟଫୋନ୍-ଗାଲାକ୍ସି ଏମ୍୪୦କୁ ପ୍ରସ୍ତୁତ କରାଯାଇଛି । ଏହା ଜୁନ୍ ପ୍ରଥମ ଅର୍ଦ୍ଦେକରେ ଶୁଭାରମ୍ଭ ହେବ । ଗାଲାକ୍ସି ଏମ୍୪୦ ସବୁଠାରୁ ଅଧିକ ପ୍ରିମିୟମ ଏମ୍ ସ୍ମାର୍ଟଫୋନ୍ । ଏହାର ମୂଲ୍ୟ ୨୦,୦୦୦ ହେବାର ଆଶା କରାଯାଉଛି । ଗାଲାକ୍ସି ଏମ୍୪୦ ସ୍ନାପ୍ଡ୍ରାଗନ୍ ପ୍ରୋସେସର ଓ ସାମ୍ସଙ୍ଗର ଇନ୍ଫିନିଟି ଓ ଡିସ୍ପ୍ଲେ ଟେକ୍ନୋଲୋଜି ଦ୍ୱାରା ଶୁଭାରମ୍ଭ ହେବ । ଗାଲାକ୍ସି ଏମ୍୪୦ ପ୍ରଥମ ଦେଶ ଭାବେ ଭାରତରେ ଉନ୍ମୋଚିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ