ଭୁବନେଶ୍ବର, ଭଦ୍ରକ ଓ କଟକରେ ୪୮ ଘଣ୍ଟିଆ ସଟ୍‌ଡାଉନ୍

ଭୁବନେଶ୍ବର : ଭୁବନେଶ୍ବର, ଭଦ୍ରକ ଓ କଟକରେ ୪୮ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ୪୮ ଘଣ୍ଟିଆ ସଟ୍‌ ଡାଉନ୍‌କୁ ନେଇ ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହି ସଟ୍‌ ଡାଉନ୍‌ ସମୟର କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ ଏନେଇ କହିଛନ୍ତି ପୋଲିସ୍‌ କମିଶନର । ଏହି ସମୟ ମଧ୍ୟରେ ଉଭୟ ସହରକୁ କୌଣସି ଗାଡ଼ି ମୋଟର ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି । କୌଣସି ଗାଡି ସହର ଭିତରକୁ ଯିବନି କି ବାହାରକୁ ଛଡ଼ା ଯିବ ନାହିଁ। ନିହାତି ଆବଶ୍ୟକ ନ ହେଲେ ହସ୍ପିଟାଲ ଯିବାକୁ ଚାହାନ୍ତୁନି ବୋଲି କହିଛନ୍ତି ପୋଲିସ କମିଶନର। ଡାକ୍ତରଙ୍କ ସହ ଟେଲିଫୋନରେ ପରାମର୍ଶ କରନ୍ତୁ ବୋଲି କହିଛନ୍ତି କମିଶନର । ଡାକ୍ତର ଅନୁମତି ଦେଇ ଫୋନ୍‌ କଲେ, ପୋଲିସ୍‌ ଆମ୍ବୁଲାନ୍ସକୁ ଅନୁମତି ଦେବ ବୋଲି କହିଛନ୍ତି ପୋଲିସ୍‌ କମିଶନର । ଦୁଇ ଦିନ ପେଟ୍ରୋଲ୍‌ ପମ୍ପ ବନ୍ଦ ରହିବ, ସେହିପରି କାଲି ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ, ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଏବେ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପଞ୍ଚମ ବ୍ୟକ୍ତି ନିକଟରେ ବିଦେଶ କିମ୍ବା ରାଜ୍ୟ ବାହାରକୁ ଯାଇନଥିବାବେଳେ କରୋନା ସଂକ୍ରମିତ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ସୂର୍ଯ୍ୟନଗରର ବୋଲି ଜଣାପଡିଛି । ଏଥିପାଇଁ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ କରି ଏହି ସମ୍ପର୍କରେ ଅନୁସନ୍ଧାନ କରାଯିବ ବୋଲି ସୂଚନା ରହିଛି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ହୋଇଥିବାବେଳେ ଆଜି ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ପୂର୍ବରୁ ଦ୍ବିତୀୟ ଆକ୍ରାନ୍ତ ଜଣକ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏବେ ଚାରିଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ