ଧାର୍ମିକ ସମାବେଶ ଆୟୋଜନ ନକରିବା ଲାଗି ଧର୍ମଗୁରୁମାନଙ୍କୁ ନିବେଦନ କରିବା ନିମନ୍ତେ କହିବାକୁ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ପରାମର୍ଶ ଦେଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କ ସହିତ କଥା ହୋଇ ସେମାନଙ୍କ ରାଜ୍ୟର ଆଧ୍ୟାତ୍ମିକ ଏବଂ ଧାର୍ମିକ ନେତାମାନଙ୍କ ସହିତ ଯୋଗାଯୋଗ କରି କୋଭିଡ-19 ମୁକାବିଲା ଲାଗି କୌଣସି ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମ ଓ ସମାବେଶ ଆୟୋଜନ ନକରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ସେମାନଙ୍କୁ ପ୍ରେରିତ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ସେ ମଧ୍ୟ ସୂଚାରୁ ରୂପେ କୃଷି କାର୍ଯ୍ୟ ସମ୍ପାଦନ କରିବା, କୃଷିଜାତ ଉତ୍ପାଦର ସଂରକ୍ଷଣ ଏବଂ କ୍ରୟ ସୁନିଶ୍ଚିତ କରିବା ଲାଗି ସମସ୍ତ ପ୍ରକାରର ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିବା ଲାଗି ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ