ଲକଡାଉନକୁ ନମାନି ବନ୍ଧାହେଲେଣି ୨୪୦୦, ୨୭ ଶହ ମାମଲା

ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ସାରା ଦେଶ ଏବେ ଲକ ଡାଉନ ହୋଇଛି । ଅନାବଶ୍ୟକ ଭାବେ ବାହାରକୁ ନଆସିବା ପାଇଁ ପୁଲିସ ଓ ପ୍ରଶାସନ ବାରବାର ନିବେଦନ ମଧ୍ୟ କରୁଛି । କିନ୍ତୁ ଚିରାଚରିତ ଭାବେ କେତେକ ଲୋକ ଆଇନକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି । ଅନାବଶ୍ୟକ ଭାବେ ବାହାରକୁ ଆସି ବାହାନା ମଧ୍ୟ ଦେଖାଉଛନ୍ତି । ଏମାନଙ୍କୁ ସାବାଡ଼ କରିବା ପାଇଁ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅମାନିଆଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଗିରଫ ମଧ୍ୟ କରାଯାଉଛି । ପୁଲିସ ଡିଜି ଅଭୟଙ୍କ ସୂଚନା ଅନୁଯାୟୀ, ଇତିମଧ୍ୟରେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ୨୭ ଶହ ମାମଲା ରୁଜୁ ହୋଇଥିବାବେଳେ ୨୪ ଶହ ଲୋକଙ୍କୁ ଗିରଫ କରାଯାଇଛି । ସେହିପରି ୪ ହଜାରରୁ ଉର୍ଦ୍ଧ୍ବ ଗାଡ଼ି ମଧ୍ୟ ଜବତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ