କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣ ମହାସଙ୍ଘର ୪୭ତମ ଅଧିବେଶନ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣ ମହାସଂଘର ୪୭ତମ ଅଧିବେଶନ ଏହି ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଫୁଲବାଗ ଗ୍ରାମର ମା’ ବେଲମଙ୍ଗଳା ଠାକୁରାଣୀଙ୍କ ମନ୍ଦିର ପରିସରରେ ଜିଲ୍ଲା ସଭାପତି ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଯାଜ୍ଞିକ ପଣ୍ଡିତ ରବିନାରାୟଣ ମହାପାତ୍ର, ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ବେଦପାଠ କରିଥିଲେ। ସଂଘର ବାର୍ତ୍ତା ସମ୍ପାଦକ ନୃସିଂହ ଚରଣ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସମ୍ପାଦକ ପଣ୍ଡିତ ହରେକୃଷ୍ଣ ପତି ଅତିଥି ପରିଚୟ ପ୍ରଦାନ ପୂର୍ବକ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ପଣ୍ଡିତ କ୍ଷୀରୋଦ ପଣ୍ଡା ଆୟବ୍ୟୟର ହିସାବ ପ୍ରଦାନ କରିବା ସହିତ ମୁଖ୍ୟ ଉପଦେଷ୍ଟା ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ପଣ୍ଡିତ ଲକ୍ଷ୍ମୀଧର ଦୀକ୍ଷିତ, ଉପସଭାପତି ପଣ୍ଡିତ କିଶୋର ଚନ୍ଦ୍ର ମିଶ୍ର, ସଂଗଠନ ସମ୍ପାଦକ ପଣ୍ଡିତ ତପନ କୁମାର ଦାଶ ପ୍ରମୁଖ ଯୋଗଦେଇ ସମାଜ ଗଠନରେ ବ୍ରାହ୍ମଣ ସମାଜର ଅବଦାନ ଓ ତୃଣମୂଳସ୍ତରରେ ବ୍ରାହ୍ମଣ ସମାଜ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ଯୁବବାହିନୀ ସଭାପତି ପ୍ରତାପ କୁମାର ପାଢୀ ସମାଜ ଗଠନରେ ବ୍ରାହ୍ମଣ ମହାସଂଘ ଯୁବବାହିନୀର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ଅଧିବେଶନରେ କେନ୍ଦ୍ରାପଡା ପୈାରାଞ୍ଚଳ ସହିତ ଗୁଲନଗର, କପାଳେଶ୍ୱର, ବାରୋ, ଶ୍ୟାମସୁନ୍ଦରପୁର, ଆଳି, ରାଜନଗର, ପଟ୍ଟାମୁଣ୍ଡାଇ ବ୍ଲକର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ। ପଣ୍ଡିତ ନରେନ୍ଦ୍ର କୁମାର ତ୍ରିପାଠୀ, ନାରାୟଣ ଦାଶ, ଦେବାଶିଷ ମହାପାତ୍ର, ରାମଚନ୍ଦ୍ର ପତି, ଜଗବନ୍ଧୁ କର, ଆଶୁତୋଷ ପଣ୍ଡା, ଭବାନୀଶଙ୍କର ଦାଶ, ନକୁଳ ଚରଣ ଦାଶ, ପଣ୍ଡିତ କୁଳମଣୀ ପଣ୍ଡା, କଳ୍ପତରୁ ଦାଶ, ବିଭୂଦତ୍ତ ଶତପଥି, ବ୍ରଜବନ୍ଧୁ ଦାଶ ଓ ଦେବପ୍ରସାଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତଥିଲେ। ଲକ୍ଷ୍ମୀକାନ୍ତ ଦାଶ ଧନ୍ୟବାଦାର୍ପଣ କରିଥିଲେ।


