ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ
ଗତକାଲି ବିଳମ୍ବିତ ରାତି ରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରେ ଜଣେ ଅଟୋ ଚାଳକ ଙ୍କୁ ହତ୍ୟା ଉଦ୍ୟମ କରାଯାଇଛି, ସୂଚନା ଅନୁଯାୟୀ ଗାମୁଣ୍ଡି ଗ୍ରାମର ର କରଣସାହି ରେ ଭଡାରେ ରହୁଥିବା କେଦାର ଦାସ ନାମକ ଜଣେ ଅଟୋ ଚାଳକ ତଳସାହି ରେ ଭଡା କୁ ରହୁଥିବା କଳ୍ପନା ମହାରଣା ଙ୍କର ପରିବାର ଙ୍କୁ କିଛି ଦିନ ତଳେ ଅଟୋ ରେ ତାଙ୍କର କୌଣସି ସମ୍ପର୍କୀୟ ଘରକୁ ନେଇଥିଲେ, କିନ୍ତୁ ଅଟୋ ଭଡା ପଇସା ପାଈନଥିଲେ, କେଦାର ବାରମ୍ବାର ଭଡାପଇସା ମାଗିଥିଲେ ମଧ୍ୟ ମିଳିନଥିଲା, ଗତକାଲି ଯେତେବେଳେ କେଦାର କଳ୍ପନା ଙ୍କର ପୁଅ କରନ ମହାରଣା ଙ୍କୁ ଅଟୋ ଭଡା ପଇସା ମାଗିବା ବେଳେ ଉଭୟ କରନ୍ ଓ କେଦାର ଙ୍କର ମଧ୍ୟରେ ଝଗଡା ହୋଇଥିଲା ଏବଂ କରନ୍ ଏକ ଧାରୁଆ ଛୁରୀ ରେ କେଦାର ଙ୍କର ବେକ, ବାମ ହାତ, ବାହୁ କୁ ଆଘାତ କରିଛନ୍ତି, ଯାହାଫଳରେ କେଦାର ଘଟଣାସ୍ଥଳରେ ଗୁରୁତର ହେବାରୁ ସଂଗେ ସଂଗେ ତାଙ୍କର ସାନ ଭାଇ ଓ ସାଙ୍ଗମାନେ ମିଶି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ନେଇ ଚିକିତ୍ସା କରାଯାଇଛି କିନ୍ତୁ ଏହି ଘଟଣାରେ କେଦାର ଙ୍କ ତରଫରୁ ଥାନାରେ କୌଣସି ମାମଲା ରୁଜୁ କରିବାକୁ ମନା କରାଯାଇଛି