ଲକଡାଉନରେ ଶକ୍ତି, ପରିବହନ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ରେଳବାଇ ପକ୍ଷରୁ ଯୋଗାଣ କାର୍ଯ୍ୟ ଦମରେ

ନୂଆଦିଲ୍ଲୀ : କୋଭିଡ-୧୯ ଲକଡାଉନ କାଳରେ ଭାରତୀୟ ରେଳବାଇ ଶକ୍ତି, ପରିବହନ ଓ ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରରେ କଞ୍ଚାମାଲ ଜାରି ଅବ୍ୟାହତ ରଖିଛି । ରେଳବାଇର ବିଭିନ୍ନ ଗୋଦାମ, ଷ୍ଟେସନ ଓ ନିୟନ୍ତ୍ରଣଗାରରେ ନିୟୋଜିତ କର୍ମଚାରୀମାନେ ଗଭୀର ନିଷ୍ଠାର ସହ ଦାଇତ୍ଵ ତୁଲାଇ ଅତ୍ୟାବଶ୍ୟକ ସେବାକୁ ବଳବତ୍ତର ରଖିପାରିଛନ୍ତି । ଲକଡାଉନ ସତ୍ଵେ ରେଳବାଇର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ସମସ୍ତ ଶକ୍ତି କେନ୍ଦ୍ର ଓ ପେଟ୍ରୋଲିୟମ ଡିପୋରେ କଞ୍ଚାମାଲ ମହଜୁଦ ରହିପାରିଛି । ଗତମାସ ୨୩ ତାରିଖରୁ ଆରମ୍ଭ କରି ଚଳିତମାସ ୩ ତାରିଖ ପର୍ଯ୍ୟନ୍ତ ୧୨ ଦିନ ମଧ୍ୟରେ ରେଳବାଇ ପ୍ରାୟ ୨.୫୦ ୱାଗନ କୋଇଲା ଏବଂ ୧୭,୭୪୨ ୱାଗନ ପେଟ୍ରୋଲ ଜାତ ଦ୍ରବ୍ୟ (ଗୋଟିଏ ୱାଗନରେ ପ୍ରାୟ ୫୮-୬୦ ଟନ ପର୍ଯ୍ୟନ୍ତ କଞ୍ଚାମାଲ ରହିଥାଏ) ପରିବହନ କରିପାରିଛି । ନିରବଚ୍ଛିନ୍ନ କଞ୍ଚାମାଲର ସୁପରିଚାଳନା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଜରୁରିକାଳୀନ ମାଲ ପରିବହନ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହାର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । ମାଲ ବୋଝେଇ ଓ ଖଲାସ କ୍ଷେତ୍ରରେ ଆଗରୁ ରହିଥିବା ତ୍ରୁଟି ବିଚ୍ୟୁତି ଇତି ମଧ୍ୟରେ ସୁଧାର କରାଯାଇଛି । ରେଳ ମନ୍ତ୍ରଣାଳୟ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ସହ ମିଶି ପରିବହନ ସଂକ୍ରାନ୍ତ ସମସ୍ୟାର ଆଶୁ ସମାଧାନ ପାଇଁ ରାଜ୍ୟ ସରକାରଗୁଡିକ ସହିତ ଯୋଗସୂତ୍ର ରକ୍ଷା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ