କରୋନା ପ୍ରଭାବ : ଫାଷ୍ଟଫୁଡ଼ ଦୋକାନ ପାଲଟିଲା ତରଭୁଜ ଦୋକାନ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ଶେଷଦେବ ସାହୁ) : କରୋନା ପ୍ରଭାବରୁ ସହରରେ ଲକଡ଼ାଉନ ସମେତ ଆଂଶିକ ଶଟଡ଼ାଉନ ଘୋଷଣା କରାଯାଇଥିବା ବେଳେ ସହରବାସୀ ଘରୁ ବାହାରକୁ ବାହାରୁନଥିବା ଦେଖିବାକୁ ମିଳୁଛି । ମାତ୍ର ଏଥିରେ ଅନ୍ୟ ବ୍ୟବସାୟୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଜର ଗୁଜୁରାଣ ମେଂଟାଇବା ସକାଶେ ସେମାନେ ବାଧ୍ୟ ହୋଇ ଅତ୍ୟାବଶ୍ୟକସାମଗ୍ରୀ ରଖି ବେପାର ବଣିଜ କରୁଛନ୍ତି । ଏଭଳି ଘଟଣା ହିଂଜିଳିକାଟୁ ପୌରାଂଚଳରେ ଦେଖିବାକୁ ମିଳିଛି । ସ୍ଥାନୀୟ ପୌରାଂଚଳର ବିଭିନ୍ନ ଫାଷ୍ଟପୁଡ଼ ଦୋକାନ ବନ୍ଦ ରହିଥିବା ବେଳେ ସେହି ସ୍ଥାନରେ ତରଭୁଜ ବିକ୍ରି କରାଯାଉଥିବାର ଦେଖିବାକୁ ମିଳିଛି । ଏପରିକି କିଛି ପାନ ଦୋକାନ ଗୁଡ଼ିକ ବନ୍ଦ ହେବା ଫଳରେ ଏହି ସବୁ ଦୋକାନ ଗୁଡ଼ିକରେ ପାନ, ସିଗାରେଟ, ଗୁଟଖା ବିକ୍ରି କରିବା ପରିବର୍ତେ ଅଣ୍ଡା, କ୍ଷୀର ଓ ପାଉଁରୁଟି ବିକ୍ରି କରାଯାଉଥିବାର ଦେଖିବାକୁ ମିଳୁଛି । ଫଳରେ ବଜାରର ସ୍ଥିତି ବିଗିଡ଼ିବା ଆରମ୍ଭ ହେଲାଣି । ଲୋକମାନେ ମଜୁରୀ ଲାଗିବାକୁ ମଧ୍ୟ କାମଧନ୍ଦାର ଅଭାବ ରହିଥିବାରୁ ସେମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନିମନ୍ତେ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିବାର ଦେଖିବାକୁ ମିଳିଛି । ଯଦି ଲକଡ଼ାଉନ ଅଧିକ ଦିନ ଜାରି ରୁହେ ତେବେ ଅନେକ ଦିନ ମଜୁରିଆ ହିସ୍ତା ହେବା ସହିତ ବଜାରର ସମୀକରଣ ନିଶ୍ଚିତ ଭାବେ ପରିବର୍ତନ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


