ପୈାରନିର୍ବାହୀ ଅଧିକାରୀଙ୍କ ଗୋରୁଗାଇ ଓ ବୁଲା କୁକୁରଙ୍କୁ ଖାଦ୍ୟ ପ୍ରଦାନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ତାଙ୍କର ଦାୟୀତ୍ୱ ଓ କର୍ତ୍ତବ୍ୟ ସଂପାଦନ ସହିତ ମାନବିକତାର ପରିଚୟ ଦେଇଥିବା ଦେଖିବାକୁ ମିଳିଛି । ବଳ ପୈାରାଚଂଳ ଅନ୍ତର୍ଗତ ସମସ୍ତ ୱାର୍ଡରେ ଭତ୍ତା ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ,ରନ୍ଧାଖାଦ୍ୟ ପ୍ରଦାନ,ସହରର ବିଭିନ୍ନ ସ୍ଥାନରେ ସଂକ୍ରମଣକୁ ରୋକିବା ପାଇଁ ରସାୟନିକ ପଦାର୍ଥ ମିଶା ପାଣି ସ୍ପ୍ରେ କରାଇବା ସହିତ ଗରୀବ ଅସହାୟ ଲୋକମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ବୀତରଣ କରୁଛନ୍ତି । ଏସବୁ କାର୍ଯ୍ୟ ସହିତ ଲକଡାଉନ ସମୟରେ ଅତ୍ୟନ୍ତ ଅସହାୟ ହୋଇପଡିଥିବା ଓ କଥା କହିପାରୁନଥିବା ବୁଲା କୁକୁର ଓ ବୁଲା ଗୋରୁଗାଇମାନଙ୍କୁ ମଧ୍ୟ ଖାଦ୍ୟଦେବାକୁ ଭୁଲିନାହାନ୍ତି ପୈାରନିର୍ବାହୀ ଅଧିକାରୀ । ନିଜର ଦାୟୀତ୍ୱ ବୋଧତା, କର୍ତ୍ତବ୍ୟ ସଂପାଦନ ସହିତ ସାମାଜିକ ପ୍ରତିବଦ୍ଧତା, ମାନବିକତା ଏବଂ ମୂଲ୍ୟବୋଧକୁ ବଜାୟ ରଖିଛନ୍ତି ଶ୍ରୀ ବଳ ।


