ମାନବିକତା ଦେଖୋଇଲା ରାଇରଙ୍ଗପୁର ଟାଉନ ପୋଲିସ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ସମଗ୍ର ବିଶ୍ବ କରୋନା ଦ୍ବାରା କବଳିତ । ଧରିତ୍ରୀ କମ୍ପମାନ । ପଲ୍ଲୀରୁ ନଗର ସବୁ ଥରହର।ବିଜ୍ଞାନ ପାଉନାହିଁ ରାସ୍ତା।ଧନୀ ଗରିବ ସମସ୍ତେ ହୋଇଛନ୍ତି ଏକାକାର। ସମସ୍ତ ମାନବସମାଜ ହାତ ଉପରକୁ ଟେକି ଦେଇଛନ୍ତି ।ପ୍ରଭୁ ରକ୍ଷାକର।କରୋନାର ପ୍ରକୋପ ହୁ ହୁ ବଢ଼ି ଚାଲିଛି ।ରୋଗୀଙ୍କ ସଂଖ୍ୟା ବଢୁଛି । ଏହାକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଲଢେ଼ଇ ଜାରି ରଖିଛନ୍ତି ।କରୋନାକୁ ପ୍ରତିହତ କରିବା ପାଇଁ ଏକମାତ୍ର ବିକଳ୍ପ ପଥ ହେଉଛି ସାମାଜିକ ଦୂରତ୍ବ,ସଙ୍ଗରୋଧ, ସରକାରଙ୍କ ନିର୍ଦ୍ଦେଶ ପାଳନ,ଡାକ୍ତରଙ୍କ ସହ ପରାମର୍ଶ,ଯୋଗ, ପ୍ରାଣାୟମ,ଗରମ ଖାଦ୍ୟ,ସାବୁନରେ ହାତ ଧୋଇବା,ବାହାରକୁ ଗଲେ ମାସ୍କଲଗାଇବା ।ସାମାଜିକ ଦୂରତ୍ବ ପାଇଁ ସରକାର ଲକ୍ ଡାଉନ୍ କରିଛନ୍ତି ।ପ୍ରଶାସନ, ପୋଲିସ,ଡ଼ାକ୍ତର,ନର୍ସ ଦିନରାତି କଠିନ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ।ଚକ ଅଖ କାମ ଦାମ ସବୁ ଠପ୍। କାମଧନ୍ଦା ନ ପାଇ ଗରିବି ଖଟିଖିଆ,କୃଷକ, ଶ୍ରମିକ, ଚାଷୀ, ଅସହାୟ ମହିଳା ୭୦କୋଟିରୁ ଉର୍ଦ୍ଧ୍ବ ଡହଳବିକଳ । ସବୁଆଡେ ଶୂନଶାନ । ପ୍ରଭାବ ପଡିଛି ଗରିବି ଉପରେ ।ଭୋକ ଉପାସରେ ଛଟପଟ ହେଉଛନ୍ତି ଗରିବ ଲୋକେ।କ୍ଷୁଧା ମାନେନା ଗରିବି,ଅମିରି,ଜାତି,ବର୍ଣ,ଧର୍ମ।ଏଭଳି ଏକ ଅଭାବନୀୟ କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରରେ।ଆଜି ଖରାବେଳେ ଜଣେ କ୍ଷୁଦାର୍ତ୍ତ ଯୁବକ ଭୋକରେ ଡହଳ ବିକଳ ହୋଇ ରାସ୍ତାରେ ଚାଲୁଥିଲା। ଲକ୍ ଡାଉନ୍କୁ କଡାକଡି କରିଛି ଟାଉନ ପୋଲିସ ।ଏକ ପିସିଆର ଭେନରେ ରାଇରଙ୍ଗପୁର ପୋଲିସ ପେଟ୍ରୋଲିଂ କରୁଥିବାବେଳେ ଡହ ଡହ ଖରାରେ ଭୋକ ଯନ୍ତ୍ରଣାରେ ବାଇଆ ବିଛୁ ହୋଇ ଯାଉଥିବା ଲୋକ ପାଖରେ ଗାଡିଟିକୁ ଠିଆ କରାଇଥିଲେ ।ଗାଡିରୁ ଓହ୍ଲାଇଲେ ରାଇରଙ୍ଗପୁର ଟାଉନ ଥାନା ଅଧିକାରିଣୀ ରେଣୁବାଳା ସାହୁ , ସଂଗିତା ଦାସ ମାଡାମ ଏବଂ ପୋଲିସ ଭାଇମାନେ । ପୋଲିସ ଗାଡ଼ିଟିକୁ ଦେଖି ଗରିବ ବାପୁଡ଼ା ଡରି ଯାଇଥିଲା । ପୋଲିସ କହିଥାନ୍ତା ଲକ୍ ଡାଉନ୍ ନିୟମକୁ ଉଲ୍ଲଂଘନ କରୁଛୁ କାହିଁକି ? ପୋଲିସ କିଛି କହିବା ପୂର୍ବରୁ ଲୋକଟି ଛଳ ଛଳ ଆଖିରେ ଅସ୍ପଷ୍ଟ ସ୍ବରରେ କହିଲା ମା…ମ. କିଛି ଖାଇ ନାହିଁ ! ବହୁତ ଭୋ …କ ଲାଗୁଛି ! ମାଡାମ ମାନେ କିଛି କହିବା ପୂର୍ବରୁ ଲୋକଟିର ଭୋକିଲା ଚେହେରାକୁ ଦେଖି ନିର୍ବାକ ହୋଇ ପଡ଼ିଥିଲେ।କିଛି ସମୟ ଖାଡା ହୋଇ ଭୋକିଲା ମୁହଁରେ ଅନ୍ନ ମୁଠେ ଦେବା ପାଇଁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ।ପରେ ଖାଦ୍ୟ ପୁଡିଆ ଯୋଗାଡ଼ କରି ବିଚରା ଲୋକଟିକୁ ଦେଇଥିଲେ । ମାନବିକତା ଦେଖାଇଲେ ମାଡାମ ମାନେ। ଭଳି ଜାତୀୟ ବିପର୍ଯ୍ୟୟ ସମୟରେ ରାଇରଙ୍ଗପୁର ପୋଲିସ ର ମାନବପଣିଆ ପ୍ରଶଂସନୀୟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ