କରୋନା ମାଡ଼ ରେ ଚାଷୀ କୂଳ ହତାଶ

ଗୋପ,(ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ମହାମାରୀ କରୋନା ଭୁତାଣୁକୁ ନେଇ ସାରା ଦେଶରେ ସମସ୍ତେ ଚିନ୍ତିତ । କେନ୍ଦ୍ର ଓ ରାଜ୍ୟ ସରକାର କରୋନାକୁ ନେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏପରିକି କରୋନା ଭୂତାଣୁକୁ ଦୁରେଇ ରଖିବା ପାଇଁ ଲକ ଡାଉନ ଘୋଷଣା କରିଛନ୍ତି । ଲକ୍ ଡାଉନ୍ ହେତୁ ସବୁଆଡେ ରାସ୍ତା ଘାଟ ସୁନ ସାନ ଗାଁ ଗଣ୍ଡା ଦୋକାନ ବଜାର ବନ୍ଦ ଲୋକମାନେ ଲକ୍ ଡାଉନ୍ ପାଳନ କରି ଘରେ ସମସ୍ତେ ରହିଛନ୍ତି। ଗାଡିମଟର ବନ୍ଦ ହୋଇଥିଲା ବେଳେ ତରଭୁଜ ଚାଷୀ ଏବେ ଚିନ୍ତାରେ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଡଭାର ଗ୍ରାମରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ହେକ୍ଟର ହେକ୍ଟର ଜମିରେ ତରଭୁଜ ଚାଷ କରିଥିଲେ । ଫୁଲରୁ ଫଳ ପର୍ଯ୍ୟନ୍ତ ଔଷଧ, ସାର୍ ମଧ୍ୟ ଖର୍ଚ୍ଚ କରିଥିଲେ ଠିକ୍ ତରଭୁଜ ପାକଳ ହେଲାବେଳକୁ ମହାମାରୀ କରୋନାର କରାଳ ରୂପରେ ସାରା ବିଶ୍ବରେ ସମସ୍ତେ ଆତଙ୍କିତ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା ପରେ ଗାଡିମଟର ବନ୍ଦ ହେତୁ ତରଭୁଜ ଏବେ ଗଛରେ ପାଚିକି ଫାଟିବାରେ ବସିଲାଣି ହଜାର ହଜାର ଟଙ୍କା କରଜ କରି ତରଭୁଜ ଚାଷ କରିଥିଲେ କିପରି କରଜ ସୁଝିବେ ସେନେଇ ଚାଷୀ ମୁଣ୍ଡରେ ଚଡକ ।ଡଭାର ଗ୍ରାମର ଏହି ଭଳି ଅନେକ ଚାଷୀ ହେକ୍ଟର ହେକ୍ଟର ଜମିରେ ଚାଷ କରିଥିଲେ। ତରଭୁଜ ପାଚିକି ଫାଟିବାରେ ବସିଲାଣି ସେନେଇ ଚାଷୀ ଏବେ ଚିନ୍ତାରେ।ସେପଟେ ତରଭୁଜ ଚାଷ କରି ବିକିଥିଲେ ପରିବାର ପ୍ରତିପୋଷଣ କରିଥାନ୍ତି। ତରଭୁଜ କ୍ଷତିଗ୍ରସ୍ତ ନେଇ ସରକାରଙ୍କ ପାଖରେ ଗୁହାରି କରିଛନ୍ତି କିଛି ସହାୟତା ରାଶି ପ୍ରଦାନ କରାଗଲେ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ