କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନା ମଙ୍ଗଳବାରଠୁ ଗଜପତିବାସୀଙ୍କ ସେବାରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲାରେ କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନା କରୋନାର କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନା ୭ତାରିଖ ଠାରୁ ସାଧାରଣଙ୍କ ସେବାରେ କାର୍ଯ୍ୟାରମ୍ଭ କରିବ ବୋଲି ହାଇଟେକ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗଜପତି ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ ଏହି କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନାର ଦାୟିତ୍ୱ ହାଇଟେକ୍‌କୁ ଦେଇଛନ୍ତି । ହାଇଟେକ୍ ଦ୍ୱାରା ଏହାର ସମସ୍ତ ନିର୍ମଣ କାର୍ଯ୍ୟ ସମାପନ କରାଯାଇଛି । ପାରଳା ଉପକଣ୍ଠରେ ଥିବା ସିୟୁଟିଏମ୍ ପରିସରରେ ୨ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧ଶହ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ଆରମ୍ଭ ହେବ । ପରେ ଏହାର ଶଯ୍ୟା ସଂଖ୍ୟା ବୃଦ୍ଧି ପାଇବ । ଆବଶ୍ୟକୀୟ ଯନ୍ତ୍ରପାତି, ଅଭିଜ୍ଞ ଡାକ୍ତରମାନଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ସମସ୍ତ କର୍ମଚାରୀ ସେବା ଯୋଗାଇବା ପାଇଁ କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନାରେ ପ୍ରସ୍ତୁତ ରହିଛନ୍ତି । ମଙ୍ଗଳବାର ସକାଳ ୧୧ଘଣ୍ଟା ସମୟରେ ଡାକ୍ତରଖାନା ସେବାରମ୍ଭ ଅବସରରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଏସପି ସାରା ଶର୍ମା, ହାଇଟେକ୍‌ର କର୍ମକର୍ତ୍ତାଙ୍କ ସମେତ କେତେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ ବୋଲି ଡ.ପାଣିଗ୍ରାହୀ ପ୍ରକାଶ କରି କରିବା ସହ ଏହାର ଦାୟିତ୍ୱ ହାଇଟେକ୍‌କୁ ଦିଆଯାଇ ଥିବାରୁ ଗଜପତି ପ୍ରଶାସନ ଓ ସରକାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ