ଦୀପଜାଳି ଏକତା ପ୍ରଦର୍ଶନ କଲେ ହିଞ୍ଜିଳିବାସୀ
ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): କରୋନା ମହାମାରୀ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଜନସାଧାରଣ ରବିବାର ରାତି ୯ ଟାରେ ୯ ମିନଟ ପାଇଁ ନିଜ ନିଜ ବାସଭବନର ସମସ୍ତ ଲାଇଟ ବନ୍ଦ କରି ଘର ସମ୍ମୁଖରେ ଦୀପ ଜାଳି କରୋନା କବଳରୁ ଭାରତକୁ ମୁକ୍ତ କରିବା ପାଇଁ ନୂତନ ସଂକଳ୍ପ ନେଇଥିବାର ଦେଖିବାକୁ ମିଳିଛି । ଦେଶରେ କରୋନାର ଭୟବହତା ବୃଦ୍ଧି ପାଉଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଙ୍ଗରୋଧ ନୀତିକୁ କଡ଼ାକଡ଼ି କରିଛନ୍ତି । କରୋନାକୁ ଲଢିବା ପାଇଁ ଦେଶବାସୀଙ୍କୁ ଦୀପ ଜାଳି ଏକତା ସୂତ୍ରରେ ବାନ୍ଧି ରଖିବାକୁ ଦିଆଯାଇଥିବା ସନ୍ଦେଶକୁ କିଛି ଲୋକେ ଉତ୍ସବ ଭାବେ ପାଳନ କରିଥିବାର ଦେଖିବାକୁ ମିଳିଥିଲା । ରବିବାର ରାତି ୯ ଟାରେ ବହୁ ବ୍ୟକ୍ତି ନିଜ ନିଜ ଘରର ସମସ୍ତ ଲାଇଟ ବନ୍ଦ କରିବା ପରେ ଘର ସମ୍ମୁଖରେ କିଏ ଦୀପ ଜାଳିଥିଲା ତ କିଏ ମହମବତୀ ଲଗାଇଥିଲା । ଆଉ କିଏ ମୋବାଇଲରେ ଫ୍ଲାସ ଲାଇଟ ବ୍ୟବହାର କରିଥିଲା ତ ଆଉ କିଏ ଉତ୍ସାହର ସହ ବିଭିନ୍ନ ବାଣ ଫୁଟାଇ ଉତ୍ସବ ମନାଇଥିଲା । ତେବେ ସହରର ଅନେକ ସଚେତନ ନାଗରିକ ବାଣ ଫୁଟାଇ ଉତ୍ସବ ମନାଇବାକୁ ନାପସନ୍ଦ କରିଥିଲେ । ପ୍ରକାଶ ଥାଉକି, ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ଦେଖା ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଗତ ୨୨ ତାରିଖରେ ସାରା ଭାରତରେ ଜନତାକର୍ଫ୍ୟୁ ଜାରୀ କରାଯିବା ପରେ ସନ୍ଧ୍ୟାରେ ଘର ସମ୍ମୁଖରେ ଘଂଟ ବଜାଇବାକୁ ନିବେଦନ କରାଯାଇଥିଲା । ପରେ ଗତ ୨୩ ତାରିଖ ଠାରୁ ଆସନ୍ତା ଏପ୍ରିଏ ୧୪ ତାରିଖ ଯାଏଁ ଲକଡ଼ାଉନ ଘୋଷଣା କରାଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖୃା ବୃଦ୍ଧି ପାଉଥିବା ବେଳେ ରାଜ୍ୟର କିଛି ସହରରେ ୪୮ ଘଂଟିଆ ଶଟନାଉନ ଘୋଷଣଶ କରାଯାଇଥିବା ବେଳେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାରା ଗଂଜାମ ଜିଲ୍ଲାକୁ ଚଳିତ ମାସ ୫ ତାରିଖ ଠାରୁ ୧୪ ତାରିଖ ଯାଏଁ ଆଂଶିକ (୧୯ ଘଂଟା, ମଧ୍ୟାନ୍ନ ୧୨ ଟା ଠାରୁ ପରଦିନ ସକାଳ ୭ ଟା ପର୍ଯ୍ୟନ୍ତ )ଶଟଡ଼ାଉନ ଘୋଷଣା କରାଯାଇଛି ।


