ସୁବାସ ନଗର କାଳୀପୂଜାର ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ସ୍ଥିତ ସୁବାସ ନଗର ଛକ ଠାରେ ସୁବାସ ନଗର ପୂଜା କମିଟି ପକ୍ଷରୁ ଚଳିତ ବର୍ଷର କାଳୀପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି ପୂଜା 2019 ମସିହାରୁ ଆରମ୍ଭ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଅଷ୍ଟମ ବାର୍ଷିକ କାଳୀପୂଜା ଅନୁଷ୍ଠିତ ହେବ। ଏଥିପାଇଁ ପୂଜା କମିଟି ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଛି। କମିଟି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ନଭେମ୍ଵର 7 ତାରିଖରେ ଘଟଯାତ୍ରା ଅନୁଷ୍ଠିତ ହେବ। ନଭେମ୍ଵର 8 ତାରିଖରୁ ମା’ କାଳୀଙ୍କ ପୂଜା ଆରମ୍ଭ ହେବ। ସେହିପରି ନଭେମ୍ଵର 17 ତାରିଖରେ ଘଟ ବିସର୍ଜନ ଏବଂ 18 ତାରିଖରେ ମା’ କାଳୀଙ୍କ ମୂର୍ତ୍ତି ବିସର୍ଜନ କରାଯିବା ନେଇ କମିଟି ପକ୍ଷରୁ ସ୍ଥିର କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ପୂଜା ଆୟୋଜନ କରିବାକୁ କମିଟି ପକ୍ଷରୁ ଯୋଜନା କରାଯାଇଛି। ଶୁଭଖୁଣ୍ଟି ସ୍ଥାପନ ସହ ପୂଜା ପ୍ରସ୍ତୁତିର ଶୁଭାରମ୍ଭ ହୋଇଥିବାରୁ ଅଞ୍ଚଳରେ ଧାର୍ମିକ ଉାହ ପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ପୂଜା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହ ସଦସ୍ୟା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ