ସିନ୍ଥେଟିକ୍ ହୀରା

ଦୁନିଆର ସବୁଠାରୁ ଦାମିକା ରତ୍ନଭାବେ ହୀରା ପରିଗଣିତ । ହୀରା କୋଇଲାରୁ ସୃଷ୍ଟି ବୋଲି ସମସ୍ତେ ଜାଣିଛନ୍ତି । ହେଲେ ବିଜ୍ଞାନର କରାମତି ପାଇଁ ବର୍ତ୍ତମାନ ହୀରା ଲ୍ୟାବ୍ରେ ପ୍ରସ୍ତୁତ ହେବ । ବ୍ରିଟେନ୍ର ଏକ ଲ୍ୟାବ୍ରେ ପ୍ରସ୍ତୁତ ହେଉଥିବା ଏହି ହୀରା । ପୂରା ଅବିକଳରୁ ଖଣି ହୀରା ଭଳି ଦେଖାଯିବ । ଖଣିରୁ ସୃଷ୍ଟି ହୀରା ତିଆରି ହେବା ପାଇଁ ଅନେକ ସମୟ ନେଇଥାଏ । ହେଲେ ଲ୍ୟାବ୍ରୁ ପ୍ରସ୍ତୁତ ହୀରା ମାତ୍ର ଏକ ସପ୍ତାହ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏହା ବ୍ୟତୀତ ଏହି ଲ୍ୟାବ୍ରେ ମଣିଭଳି ଦେଖାଯାଉଥିବା ପଥରର ମଧ୍ୟ ନିର୍ମାଣ କରାଯିବ ଯାହା ପୂରା ଅବିକଳ ଖଣିରୁ ମିଳୁଥିବା ମଣି ରତ୍ନପଥର ଭଳି ଦେଖାଯିବ । ଏହି ସମସ୍ତ ରତ୍ନପଥରକୁ ଯୁବପିଢିଙ୍କୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି । ଏହାର ମୂଲ୍ୟ ପାଖାପାଖି୨୦୦ଡଲାର ରହିବ ବୋଲି ଜଣାପଡିଛି । ଯାହା ହୀରା ତୁଳନାରେ ବହୁତ ଶସ୍ତା ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ