୧୩ ଦିନରେ ପହଞ୍ଚିଲା ଲକ୍‌ଡାଉନ୍‌ ବେଆଇନ ବାଇକ୍ ଚାଳନାକୁ ରୋକ୍ , ସକାଳ ୧୦ପରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲାରେ ଲକ୍‌ଡାଉନ୍ ଆଜି ୧୩ ଦିନରେ ପହଞ୍ଚିଲା । ଏହି ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୫୪ଜଣ ବିଦେଶରୁ ଏବଂ ରାଜ୍ୟ ବାହାରୁ ୪୬୩୫ଜଣ ଗତକାଲି ରବିବାର ରାତ୍ର ସୁଦ୍ଧା ପହଞ୍ଚି ଛନ୍ତି । ଏମାନଙ୍କ ପ୍ରତି ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ସଜାଗ ରହି ସମସ୍ତ ଅନୁଧ୍ୟାନ ଜାରି ରଖିଛନ୍ତି । ଏ ନେଇ ଆଜି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଏସପି ସାରା ଶର୍ମା ସୁଚନା ଦେଇ କହିଛନ୍ତି, ସମଗ୍ର ଜିଲ୍ଲାରେ କରୋନାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସଚେତନ କରାଯିବା ସହ ଲକ୍‌ଡାଉନ୍ ଚାଲୁ ରହିଛି । ଲୋକେ ଏ ନେଇ ବେଶ ସଚେତନ ରହି ୯୦ ଭାଗ ଲୋକ ଘରୁ ବାହାରୁ ନାହାଁନ୍ତି । ହେଲେ ମାତ୍ର ୧୦ ଭଗ ଲୋକ ବିଭିନ୍ନ ଆଳ ଦେଖାଇ ଲକ୍‌ଡାଉନ୍ ସମୟରେ ବାହାରେ ଏଣେ ତେଣେ ବୁଲୁଛନ୍ତି । ଏ ସବୁକୁ ଦୃଢ ଭାବେ ଦମନ କରାଯାଇ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରାଯିବ । ଆଜି ଠାରୁ ସେପରି ଜରୁରୀ ଆବଶ୍ୟକ ନ ଥିଲେ ମୋଟର ସାଇକେଲ ବ୍ୟବହାର କରାଗଲେ ଗାଡି ସିଜ୍ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୋଟର ସାଇକେଲରେ ୨ଜଣ ଯାତ୍ରା କରିବା ଉପରେ ରୋକ୍ ଲଗାଯାଇଛି । ସକାଳ ୬ଟାରୁ ୧୦ଘଣ୍ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୫ରୁ ୭ଘଣ୍ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ପରିବା, ମାଛ, ମାଂସ ଆଦି ଦୋକାନ ଖୋଲାଯିବ । ସମସ୍ତ ଅଞ୍ଚଳରେ ସାମାଜିକ ଦୁରତାକୁ ପାଳନ କରା ନଗଲେ ଦୋକାନ ସିଲ୍ ହେବା ସହ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । ସମସ୍ତେ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯିବା ସହ ସରକାରୀ ଭାବେ ଦିଆଯାଇଥିବା ପାସ୍‌କୁ ଅପ ବ୍ୟବହାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ବିଭିନ୍ନ ମନ୍ଦିରରେ କେବଳ ପୁଜା ବିଧି ଛଡା କୌଣସି ଭକ୍ତ ମନ୍ଦିର,ଚର୍ଚ୍ଚ କିମ୍ବା ମସ୍‌ଜିଦ୍ ପ୍ରବେଶ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମଗ୍ର ଜିଲ୍ଲାବାସୀ ଏଥି ନେଇ ପ୍ରଶାସନକୁ ସହେଯାଗ କରିବା ପାଇଁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ