ସମାଜସେବୀଙ୍କ ବିଭିନ୍ନ ସ୍ଥାନରେ ମାସ୍କ ଓ ସାନିଟାଇଜର ବଂଟନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୁରୁଷୋତ୍ତମପୁର ପଂଚାୟତର କହ୍ନେଇପୁର ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରା ସୋମବାର କେନ୍ଦ୍ରାପଡା ବ୍ଲକର ଚକ୍ରୋଡା ଗ୍ରାମରେ ବୁଲି ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରିବା ସହିତ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବୀତରଣ କରି ନିଜ ଘର ଭିତରେ ସୁରକ୍ଷିତ ରହିବା ସମ୍ପର୍କରେ ବୁଝାଇଥିଲେ । ରବିବାର ମାର୍ଶାଘାଇ ଓ ଗରଦପୁର ବ୍ଲକର ବିଭିନ୍ନ ଗ୍ରାମରେ ଶ୍ରୀ ବେହେରା ଲୋକମାନଙ୍କୁ ସଚେତନ କରି ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ