ଅଟକାଇ ପାରିଲାନି ଲକଡାଉନ୍: ମୁମ୍ବାଇ ବରକୁ ଦିଲ୍ଲୀ କନ୍ୟା

ମୁମ୍ବାଇ : ଦେଶରେ ୨୧ ଦିନିଆ ଲକଡାଉନ ପାଇଁ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଛି। ବିଶେଷକରି ବାହାଘର ଅପେକ୍ଷାରେ ଥିବା ବର କନ୍ୟାଙ୍କୁ ଅନିଶ୍ଚିତତା ଭିତରେ ଅପେକ୍ଷା କରିବାକୁ ପଡ଼ିଛି। ମାତ୍ର ଗତ ୪ ତାରିଖରେ ଏକଡାଉନ୍ କଟକଣା ସତ୍ତ୍ବେ ଏକ ହାଇ ପ୍ରୋଫାଇଲ ବାହାଘରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ହେଲେ ଏହି ବାହାଘର ପାଇଁ କୌଣସି ଲକଡାଉନ୍ କଟକଣା ଉଲ୍ଲଙ୍ଘନ ନ ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ମର୍ଚାଣ୍ଟ ନାଭିରେ ଅଫିସର ଭାବେ କାର୍ଯ୍ୟ କରୁଥିବା ମୁମ୍ବାଇ ବାସିନ୍ଦା ପ୍ରୀତ୍ ସିଂହ ତାଙ୍କ ଦିଲ୍ଲୀ ବାନ୍ଧବୀ ନୀତ କୌରଙ୍କୁ ବିବାହ କରିଛନ୍ତି। ଆଉ ଏହି ବିବାହ ଉତ୍ସବରେ ମଧ୍ୟ ଦେଶ ବିଦେଶରେ ଥିବା ସେମାନଙ୍କ ପରିବାର ମଧ୍ୟ ସାମିଲ ହୋଇଛନ୍ତି। ମାତ୍ର ଏ ସବୁ କିଛି ଅନଲାଇନ ଜରିଆରେ ହିଁ ହୋଇଛି। ଦୁବାଇ, କାନାଡା, ଅଷ୍ଟ୍ରେଲିଆରେ ଥିବା ସେମାନଙ୍କ ଜ୍ଞାତି କୁଟୁମ୍ବ ମଧ୍ୟ ଅନଲାଇନ ଜରିଆରେ ନବ ଦମ୍ପତିଙ୍କୁ ଆଶୀର୍ବାଦ ଜଣାଇଛନ୍ତି। ପୂର୍ବରୁ ବାହାଘର ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ପ୍ରୀତ ଓ ନୀତ କେହି ବାହାଘର ତାରିଖ ଘୁଞ୍ଚାଇବାକୁ ଚାହିଁ ନ ଥଲେ। ଧାର୍ଯ୍ୟ ତାରିଖରେ ବାହାଘର ଶେଷ ହୋଇଥିଲେ ବି ବାହାଘର ଭୋଜି ଓ ଶ୍ରୀଲଙ୍କାରେ ପ୍ରସ୍ତାବିତ ହନିମୁନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ