କରୋନା ଆକ୍ରାନ୍ତଙ୍କ ଚିକିତ୍ସା କେବଳ କୋଭିଡ୍‌ ହସ୍ପିଟାଲରେ ହେବ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: କରୋନା ମୁକାବିଲାକୁ ନେଇ ଆଜି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରେସ ମିଟ୍‌ କରିଛନ୍ତି। ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ସ୍ବାସ୍ଥ୍ୟ କର୍ମୀ, ଡାକ୍ତର, ନର୍ସ, ଧାଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କୁ କୋଭିଡ୍‌ ହସ୍ପିଟାଲ ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କିଛି ଡାକ୍ତରଖାନାର ସ୍ବାସ୍ଥ୍ୟ କର୍ମୀମାନେ କୋଭିଡ୍‌-୧୯ରେ ସଂକ୍ରମିତ ହେବା ଖବର ଆସିବା ପରେ ସାଧାରଣରେ ଟିକେ ଭୟ ସୃଷ୍ଟି ହୋଇଥିଲା। ଏହି ଭୟକୁ ଦୃଷ୍ଟିରେ ରଖି ଆଜି ସ୍ବାସ୍ଥ୍ୟ ସଚିବ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୭ଟି କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଅନ୍ୟାନ୍ୟ ହସ୍ପିଟାଲରେ କୋଭିଡ୍‌ ରୋଗୀ ନାହାନ୍ତି। ରାଜ୍ୟର ବଡ ହସ୍ପିଟାଲ ତଥା କଟକର ଏସ୍‌ସିବିରେ କେହି କରୋନା ସଂକ୍ରମିତ ନଥିବାର ଜଣାଇଛନ୍ତି ସ୍ବାସ୍ଥ୍ୟ ସଚିବ। ସେହିପରି ଲୋକମାନେ କେବଳ କୋଭିଡ୍‌ ହସ୍ପିଟାଲକୁ ଛାଡି ଅନ୍ୟାନ୍ୟ ହସ୍ପିଟାଲକୁ ଅନ୍ୟ ଚିକିତ୍ସା ପାଇଁ ରୋଗୀ ଆସିପାରିବେ। ସେହିପରି କଟକର ସିଟି ହସ୍ପିଟାଲରେ ମଧ୍ୟ କେହି କୋଭିଡ୍‌ ରୋଗୀ ନାହାନ୍ତି। କେବଳ ଭୁବନେଶ୍ବରର କ୍ୟାପିଟାଲ୍‌ ହସ୍ପିଟାଲରେ ଜଣେ କୋଭିଡ ରୋଗୀ ଅଛନ୍ତି। ଏଠାରେ ରହିଥିବା ଆକ୍ରାନ୍ତ ଜଣକ ସୁସ୍ଥ ହୋଇଗଲେଣି। ତାଙ୍କର ଦ୍ବିତୀୟ ନମୁନା ପରୀକ୍ଷା ପରେ ସେ ଖୁବ୍‌ ଶୀଘ୍ର ହସ୍ପିଟାଲରୁ ବାହାରିବେ ବୋଲି ସ୍ବାସ୍ଥ୍ୟ ସଚିବ ଜଣାଇଛନ୍ତି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା କେବଳ କୋଭିଡ୍‌ ହସ୍ପିଟାଲରେ ହେବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ। ସେହିପରି ଫ୍ଲୁ ଭଳି ଲକ୍ଷଣ ଦେଖାଦେଲେ ସଂକୋଚ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ। ୧୦୪କୁ ଫୋନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ। ହେଲ୍ପ ଲାଇନ୍‌ -୧୦୪ରେ ଡାକ୍ତର ଉପଲବ୍ଧ ରହୁଛନ୍ତି। ଏହି ଡାକ୍ତରଙ୍କ ସହ ନିଜ ଲକ୍ଷଣ ସମ୍ପର୍କରେ କଥା ହେବା ପରେ ଚିକିତ୍ସା ଆରମ୍ଭ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ