ହ୍ୟୁମାନୀଟି ଟିମ୍ ତରଫରୁ ବୃକ୍ଷ ରୋପଣ
କୋଦଳା: (ଗୁଲସନ୍ କୁମାର କର)ବୃକ୍ଷ ଆମର ବନ୍ଧୁ… ଏକଥାକୁ କଥାରେ ନୁହେଁ, କାମରେ କରି ଦେଖାଇଲେ ବେଗୁନିଆପଡା ବ୍ଳକ ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମର (ଟିମ୍ ହିଉମନିଟି.. ସୁଖ ଦୁଃଖର ସାଥି)। ସରକାରଙ୍କ ତରଫରୁ ଅର୍ଥ ବରାଦ କରି ଗଛ ଲଗାଯାଉଥିବା ବେଳେ ଏଥିରେ ଲକ୍ଷ ଲକ୍ଷ ଟଙ୍କା ଘୋଟାଲା ହେଉଛି। ଏବଂ ବୃକ୍ଷ ମଧ୍ୟ ସଠିକ ଢଙ୍ଗରେ ରୋପଣ ହେଉନି ତେଣୁ ନିଃସ୍ବାର୍ଥପର ଭାବେ ଏହି ସଂଗଠନ ତଥା ଆର୍ ଏସ୍ ଏସ୍ କର୍ମୀ ବେଗୁନିଆପଡ଼ା ଠାରୁ କଣ୍ଟାପଡ଼ା ପର୍ୟ୍ୟନ୍ତ ରାସ୍ତା ପାର୍ଶ୍ବରେ ଗଛ ଲଗାଉଥିବା ଦେଖିବାକୁ ମିଳିଥିଲା। ଏହା ଏକ ଭଲ ପଦକ୍ଷେପ ଓ ପ୍ରଶାସନ କୁ ଚେତାବନୀ ମଧ୍ୟ…